ଆଠଗଡ଼ ଓ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଜବରଦଖଲ ବୁଥରେ ପୁନଃନିର୍ବାଚନ କରାଯାଉ : କଂଗ୍ରେସ

ଆଠଗଡ଼ ଓ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଜବରଦଖଲ ବୁଥରେ ପୁନଃନିର୍ବାଚନ କରାଯାଉ : କଂଗ୍ରେସ

ଆଠଗଡ଼ ଓ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଜବରଦଖଲ ବୁଥରେ ପୁନଃନିର୍ବାଚନ କରାଯାଉ : କଂଗ୍ରେସ
ଭୁବନେଶ୍ୱର :ଗତ ୨୩ ଏପ୍ରିଲ ୨୦୧୯ ଆଠଗଡ଼ ନିର୍ବାଚନ ମଣ୍ଡଳୀ ବୁଥ ନଂ. ୧୬୪, ୧୧, ୨୦୪,୧୦୧,୧୬୭ ରେ ବିଜୁ ଜନତା ଦଳର କର୍ମୀ ଏବଂ ଗୁଣ୍ଡାମାନେ ଜବରଦସ୍ତ ପସି ଭୋଟରମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ ପ୍ରବର୍ତାଯାଇଛି । ଘସିପୁରା ନିର୍ବାଚନ ମଣ୍ଡଳୀର ବୁଥ କେନ୍ଦ୍ରଗୁଡ଼ିକରେ ଘୋର ଅନିମିତତା ଏବଂ ଜବରଦଖଲ ହୋଇଛି । ଏନେଇ କଂଗ୍ରେସ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ସମ୍ପୃକ୍ତ ବୁଥ୍ ଗୁଡିକରେ ପୁନଃ ନିର୍ବାଚନ ପାଇଁ ଦାବି କରିଛି । ଶନିବାର ପ୍ରଦେଶ କଂଗ୍ରେସ ର ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ଉପସଭାପତି ତଥା ମୁଖପାତ୍ର ଯଜେ୍ଞଶ୍ୱର ବାବୁ, ଆଠଗଡ଼ ବିଧାୟକ ପ୍ରାର୍ଥୀ ଉମବଲ୍ଲଭ ରଥ ଏବଂ ମୁଖପାତ୍ର ରଜନୀ କୁମାର ମହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ଭାବରେ ବୁଥି ରେଗିଙ୍ଗ ହୋଇଛି ସେଗୁଡ଼ିକର ପୁନଃ ନିର୍ବାଚନ କରିବା ପାଇଁ ଦୃଢ଼ ଦାବୀ ଉପସ୍ଥାପତି କରିବା ସହିତ ଯେଉଁମାନେ ବୁଥ ରେଗିଙ୍ଗରେ ସାମିଲି ଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦୃଢ଼ ଦାବି କରିଛନ୍ତି ।