ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଦୃଢ଼ ପଦକ୍ଷେପ : ୧୪୩୬୪ ଏନବିଡବ୍ଲୁ ଜାରୀ , ୬୫୨୮୮ ଅଟକ
ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଦୃଢ଼ ପଦକ୍ଷେପ : ୧୪୩୬୪ ଏନବିଡବ୍ଲୁ ଜାରୀ , ୬୫୨୮୮ ଅଟକ
admin
Apr 28, 2019 - 07:07
Updated: Apr 28, 2019 - 07:07
ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରି·ଳନା କରିବା ନିମନ୍ତେ ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୩୬୪ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫୨୮୮ ଜଣଙ୍କୁ ଅଟକ ରଖାଯାଇଛି । ୫୫୧୯ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୫.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୫୯୨୫୩.୯୧୩ ବଲ୍କ ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୧୩ ଲକ୍ଷ ୪୨ ହଜାର ୭୦୯ ଟଙ୍କା । ଫ୍ଲାଇଂ ସ୍କ୍ୱାଡ୍ ଓ ପୋଲିସ ଦ୍ୱାରା ଆଜି ପର୍ଯ୍ୟନ୍ତ ସମୁଦାୟ ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କା ଜବତ ହୋଇଛି । ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୬୩ ଲକ୍ଷ ୭୨ ହଜାର ୫୯୫ ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୪ ଲକ୍ଷ ୬୬ ହଜାର ୮୩୮ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତମାନ
ସୁଦ୍ଧା ୧୩୦୪ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ
ଭୋଟର ହେଲ୍ପ ଲାଇନ୍ ନଂ-୧୯୫୦କୁ ସମୁଦାୟ ୧୭୨୭୧ ଟି କଲ୍ କରାଯାଇ ସୂଚନା ମାଧ୍ୟମରେ ଅଭିଯୋଗ ଗ୍ରହଣ ସହ ସମାଧାନ କରାଯାଇଛି ।