ବ୍ରେକଅପ ପୂର୍ବରୁ ଜାଣନ୍ତୁ ସାଥିଙ୍କ ଆଚରଣ
ବ୍ରେକଅପ ପୂର୍ବରୁ ଜାଣନ୍ତୁ ସାଥିଙ୍କ ଆଚରଣ
ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୁଏ , ସେତେବେଳେ ହୃଦୟରେ ଏକ ଖୁସି ଓ ମଧୁର ଅନୁଭବ ହୋଇଥାଏ । ଦୁହେଁ ପରସ୍ପର ବିଷୟରେ ଚିନ୍ତା କରିଥାନ୍ତି ଓ ଅଧିକ ଯତ୍ନ ନେଇଥାନ୍ତି । ଅଧିକ ଯତ୍ନଶୀଳ ହେବା କାରଣରୁ ଉଭୟ ଛୋଟ ଛୋଟ କଥାରେ ବିରକ୍ତ ହୋଇଥାନ୍ତି । ଏପରି ପ୍ରତିଦିନ ଛୋଟ ଛୋଟ କଥାକୁ ନେଇ ଝଗଡା କରିଥାନ୍ତି, ଏହା ଦ୍ୱାରା ସେମାନେ ପରସ୍ପର ସହିତ ରହିଥାନ୍ତି ସତ କିନ୍ତୁ ସେମାନେ ଚାହିଁଲେ ମଧ୍ୟ ସ୍ନେହପୂର୍ଣ୍ଣ ଆଖିରେ ଚାହିଁପାରନ୍ତି ନାହିଁ । ଅନେକ ଝଗଡା ଭୁଲି ଯାଆନ୍ତି । କୌଣସି ସମ୍ପର୍କ ଦୀର୍ଘକାଳୀନ ଭିତ୍ତିରେ ଚାଲିବା ପାଇଁ, ଏଥିରେ ସମ୍ମାନ ରହିବା ନିହାତି ଆବଶ୍ୟକ । କିନ୍ତୁ ଯେତେବେଳେ ଝଗଡା ହୁଏ ଉଭୟ ଉଭୟଙ୍କୁ ସମ୍ମାନ ଦେବା ଭୁଲି ଯାଆନ୍ତି, ଏହି କାରଣରୁ ପ୍ରେମରେ ତିକ୍ତତା ଆସିବା ଆରମ୍ଭ କରିଥାଏ । ଯଦି ତୁମେ କ୍ଳାନ୍ତ ଥିବା ସମୟରେ ତୁମ ସାଥି ପରିସ୍ଥିତି ନବୁଝି ତୁମ ଉପରେ ବିରକ୍ତ ହୁଏ, ତାହେଲେ ଭାବିନିଅଯେ, ଆଉ ତୁମ ସମ୍ପର୍କରେ ଆଗଭଳି ମଧୁରତା ନାହିଁ । କାରଣ ପରିସ୍ଥିତି ଯାହା ହେଉନା କାହିଁକି ସାଥିଙ୍କ ଉପସ୍ଥିତି ଆଶ୍ଚର୍ଯ୍ୟଜନକ ଶକ୍ତି ଦେଇଥାଏ । ଆଗରୁ ଘଣ୍ଟା ଘଣ୍ଟା ଧରି ଗପୁଥିବା ସାଥି ଯଦି ଫୋନରେ ଗପିବାକୁ ବିରକ୍ତ ହୁଅନ୍ତି ଓ ବ୍ୟସ୍ତ ଅଛନ୍ତି ବୋଲି କହିଥାନ୍ତି, ତେବେ ଧିରେ ଧିରେ ଆପଣଙ୍କ ପ୍ରେମ ଦୁର୍ବଳ ହୋଇଯାଉଛି ବୋଲି ଭାବିନେବେ । ଯଦି ସାଥିଙ୍କ ଆଚରଣରେ ପରିବର୍ତ୍ତନ ଦେଖୁଛନ୍ତି, ଯେମିତିକି ଆପଣଙ୍କୁ ଧ୍ୟାନ ନଦେବା, ସାଙ୍ଗ ମାନଙ୍କ ସହ ଅତ୍ୟଧିକ ପାର୍ଟି କରିବା ଇତ୍ୟାଦି, ତେବେ ଆପଣ ଏ ବିଷୟରେ ସାଥିଙ୍କ ସହ କଥା ହେବା ଉଚିତ୍ ଓ କାରଣ ଜାଣିବା ଉଚିତ୍ । ନଚେତ୍ ବ୍ରେକ୍-ଅପ ହେବାର ସମ୍ଭାବନା ଥାଏ ।