କୁକୁଡ଼ାର ଦାମ୍ ୫୦ ହଜାର

କୁକୁଡ଼ାର ଦାମ୍ ୫୦ ହଜାର

କୁକୁଡ଼ାର ଦାମ୍ ୫୦ ହଜାର
ଆପଣ ଏମିତିକା କୁକୁଡ଼ା ଦେଖିଛନ୍ତି କି ? ବୋଧହୁଏ ନା । ଆମେ ଏତେ ବଡ଼ବଡ଼ କୁକୁଡ଼ା ପଛେ ଦେଖିଥିବା ଏମିତି ଫାଇଲେରିଆ ଗୋଡ଼ ଦେଖିନଥିବା । ଏହି କୁକୁଡ଼ାଗୁଡ଼ିକ ରୋଗାକ୍ରାନ୍ତ ନୁହଁନ୍ତି, ବରଂ ଭିଏତନାମ୍ରେ ଏମାନେ ସମ୍ଭ୍ରାନ୍ତ ଭାବେ ବିବେଚିତ ହୁଅନ୍ତି । ମାନେ ଏ କୁକୁଡ଼ାଗୁଡ଼ିକ ଭାରି ଶୁଭ । ସେଥିପାଇଁ ଭିଏତନାମ ଲୋକମାନେ ଏହାକୁ ଖୁବ୍ ଶ୍ରଦ୍ଧାରେ ପାଳନ କରନ୍ତି । ପାରମ୍ପରିକ ପୂଜାରେ ଏହି କୁକୁଡ଼ା ବଳି ଦିଆଯାଉଥିବାବେଳେ କୁକୁଡ଼ା ଲଢ଼େଇରେ ବି ବ୍ୟବହାର କରାଯାଇଥାଏ । ଏହି କୁକୁଡ଼ା ପାଳନ କରିବାକୁ ଭିଏତନାମ୍ରେ ଗର୍ବ ଭାବେ ବିବେଚନା କରାଯାଏ । ଏହି କୁକୁଡ଼ାର ମାଂସ ଅପେକ୍ଷା ଗୋଡ଼ର ଚାହିଦା ବହୁତ ଅଧିକ । ଏମାନଙ୍କ ମୂଲ୍ୟ ସାଧାରଣ କୁକୁଡ଼ାଠାରୁ ଢ଼େର ଗୁଣା ଅଧିକ । ଆମର ଇଆଡ଼େ ଦେଶୀ କୁକୁଡ଼ା ମୂଲ୍ୟ ୫୦୦ରୁ ହଜାରେ ଟଙ୍କା ହୋଇଥିବାବେଳେ ତୋଙ୍ଗ ତାଓ କୁକୁଡ଼ାର ଦାମ୍ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।