ଗୃହିଣୀଙ୍କ ପାଇଁ ଘରକରଣା ଟିପ୍ସ

ଗୃହିଣୀଙ୍କ ପାଇଁ ଘରକରଣା ଟିପ୍ସ

ଗୃହିଣୀଙ୍କ ପାଇଁ ଘରକରଣା ଟିପ୍ସ
ରୋଷେଇଘର ବିଷୟରେ ଯେତେ ଜ୍ଞାନ ଅର୍ଜିଲେ କମ ହେବ । ବିଭିନ୍ନ ସମୟରେ ଘର କରଣା ଜିନିଷକୁ ସାଇତି ରଖିବା ଏତେ ସହଜ ହୋଇ ନଥାଏ । ଅବଶ୍ୟ ଯଦି ଆମେ କିଛି ଟିପ୍ସ ଜାଣିବା, ତାହା ଆମ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇପାରେ । ଖାସ କରି ଗୃହିଣୀମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ । ପ୍ରାୟ ସମସ୍ତଙ୍କ ଘରେ ବିସ୍କୁଟ ପ୍ୟାକେଟ ଖୋଲିବା ପରେ ଡବାରେ ରଖାଯାଇଥାଏ । ତେବେ ଏହି ବିସ୍କୁଟ କିଛି ଦିନ ପରେ ନରମା ହୋଇଯାଇଥାଏ । ବିସ୍କୁଟ କୁରକୁରା ରହିବା ପାଇଁ ୧୨/୧୪ ଟା ଚାଉଳକୁ ଗୋଟିଏ କାଗଜରେ ଗୁଡ଼ାଇ ଏହି ବିସ୍କୁଟ ଡବାରେ ରଖି ଦିଅନ୍ତୁ । ବିସ୍କୁଟ କେବେ ବି ନରମିବ ନାହିଁ । ମାଇକ୍ରୋୱେଭକୁ ସଫା କରିବାର ସହଜ ଉପାୟ ହେଉଛି ସପ୍ତାହକୁ ଥରେ ଏକ କାଚ ପାତ୍ରରେ ସିରକା ଢ଼ାଳି ଏହାକୁ ମାଇକ୍ରୋୱେ ଭିତରେ ରଖି ଅନ କରି ଦିଅନ୍ତୁ । ୨ ରୁ ୩ ମିନିଟ ଯାଏ ଛାଡ଼ି ଦିଅନ୍ତୁ । ଏଥିରୁ ବାହାରୁଥିବା ବାମ୍ଫରେ ମାଇକ୍ରୋୱେ ଭିତର ଆପେ ଆପେ ସଫା ହୋଇଯିବ । ପରେ ଏହାର ଭିତର ଭାଗକୁ ଏକ କପଡ଼ାରେ ପୋଛି ନିଅନ୍ତୁ । କିନ୍ତୁ ଆପଣ ଏହାର ଭିତର ପ୍ଲେଟକୁ ବାହାର କରି ସଫା କରିପାରିବେ । ଗ୍ରାଇଣ୍ଡକୁ ସଫା କରିବା ପାଇଁ ସ୍ପଞ୍ଜ ସହ ଥିବା ସ୍କ୍ରବର ବ୍ୟବହାର କରିପାରିବେ । ଏହାର ସ୍କ୍ରବର ପଟେ କଲଗେଟ ଲଗାଇ ଗ୍ରାଇଣ୍ଡର ଚାରିଆଡେ଼ ଘଷନ୍ତୁ । ଦେଖିବେ ଆପଣଙ୍କ ଗ୍ରାଇଣ୍ଡର ସଫା ହେବା ସହ ଜୀବାଣୁ ମୁକ୍ତ ହୋଇଯିବ ।