ନିଶାଖୋର ଶୁଆ

ନିଶାଖୋର ଶୁଆ

ନିଶାଖୋର ଶୁଆ
ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କେତେକ ଅଚଂଳରେ ଅଫିମ ଚାଷ କରାଯାଏ । ଦଳ ଦଳ ହୋଇ ଏକତ୍ର ଶୁଆ ଉଡିଆସି ଅଫିମ ଫସଲ ନଷ୍ଟ କରୁଥିବାର ଖବର ମିଳିଛି । ଶୁଆ ମାନେ ଅଫିମ ଫୁଲ ଖାଇଦେବାରୁ ଅଫିମର ସଠିକ୍ ପରିମାଣରେ ଆୟ ମିଳିପାରୁନାହିଁ । ଯାହା ଦ୍ୱାରା ଚାଷୀମାନେ ହତାଶ ହେଇଛନ୍ତି । ଗୋଟିଏ ଫୁଲରୁ ପ୍ରାୟ ୨୦ରୁ ୨୫ ଗ୍ରାମ୍ ଅଫିମ ମିଳେ । ଶୁଆ ଏତେ ପରିମାଣର ଅଫିମ ଫୁଲ ଖାଉଛନ୍ତି ଯେ ଶୁଆ ଗୁଡିକ ଅଫିମ ଖୋର ହୋଇଗଲେଣି । ଆପୁଆ ଶୁଆ ଦିନରେ ତିରିଶ ଚାଳିଶ ଥର ଖେତର ପଶୁଛନ୍ତି ସେମାନଙ୍କୁ କୌଣସି ପ୍ରକାର ରୋକାଯାଇପାରୁନି । ବର୍ଷାଭାବ ଯୋଗୁଁ ପ୍ରାକୃତିକ ଭାବେ ଅଫିମ ଉପôାଦନ କମୁଥିବା ବେଳେ ପୁଣି ଶୁଆଙ୍କ ଉପଦ୍ରବ ଚାଷୀଙ୍କୁ ବିବ୍ରତ କରିଛି । ଶୁଆଙ୍କୁ ଭୟଭୀତ କରିବା ପାଇଁ ଫୋଟକା ଫୁଟାଯାଉଛି ଓ ଉଚ୍ଚ ଶଦ୍ଧରେ ଡାକବାଜି ଯନ୍ତ୍ର ବଜାଯାଉଛି । ତଥାପି କିଛି ସୁଫଳ ମିଳିନାହିଁ ବୋଲି ଚାଷୀ କହିଛନ୍ତି ।