ବିଶ୍ୱ ନିଦ୍ରା ଦିବସ
ବିଶ୍ୱ ନିଦ୍ରା ଦିବସ
admin
Mar 13, 2020 - 09:58
Updated: Mar 13, 2020 - 09:58
ନିଦ ଯେମିତି ସମସ୍ତଙ୍କ ପାଇଁ ନିଶ୍ଚିତ ହେବ ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ଆଜି ଅର୍ଥାତ ମାର୍ଚ୍ଚ 13 ରେ ବିଶ୍ୱ ନିଦ୍ରା ଦିବସ ପାଳନ କରାଯାଉଛି | ଏହି ଦିନଟି ସୋସାଇଟି ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମଧ୍ୟ ହୋଇଛି | ସମାଜରେ ଶୋଇବା ସମ୍ବନ୍ଧୀୟ ରୋଗର ଭାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୦୭ ମସିହାରୁ ବିଶ୍ୱ ନିଦ୍ରା ଦିବସ ପାଳନ କରାଯାଏ | ଚଳିତବର୍ଷ ବିଶ୍ୱ ନିଦ୍ରା ଦିବସର ସ୍ଲୋଗାନ୍ ହେଉଛି ଭଲ ନିଦ, ଉତ୍ତମ ଜୀବନ, ଉତ୍ତମ ଗ୍ରହ |
ଶରୀର ଫିଟ୍ ରହିବାରେ ନିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୭ରୁ ୯ ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି। ଯଦି ଆପଣ ରାତିରେ ବିଳମ୍ବରେ ଶୋଉଛନ୍ତି ଏବଂ ସକାଳୁ ଜଲଦି ଉଠୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଆଦୌ ଭଲ ନୁହେଁ। ଠିକ ସମୟରେ ଶୋଇବା ଏବଂ ଉଠିବା ଶରୀରକୁ ଅନେକ ଲାଭ ଦେଇଥାଏ। ଆବଶ୍ୟକତା ଠାରୁ କମ ଶୋଇବା କିମ୍ବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଶରୀର ପାଇଁ ବିପଦଜନକ ଅଟେ।
କେତେ ସମୟ ଶୋଇବା ନିତାନ୍ତ ଦରକାର
ନବଜାତ ( ୩-୧୧) ମାସ – ଅତି କମରେ ୧୪ ରୁ ୧୫ ଘଣ୍ଟ। ଶୋଇବା ଜରୁରୀ।
ଛୋଟ ପିଲା (୧୨-୩୫) ମାସ – ୧୨ରୁ ୧୪ ଘଣ୍ଟା।
ପିଲା ( ୩-୬) ବର୍ଷ – ୧୧ରୁ ୧୩ ଘଣ୍ଟା।
ସ୍କୁଲ ପିଲା (୬-୧୦ ) ବର୍ଷ – ୧୦ରୁ ୧୧ ଘଣ୍ଟା।
କିଶୋର ( ୧୧-୧୮ ) ବର୍ଷ – ୯.୨୫ ଘଣ୍ଟା।
ଯୁବକ – ଦୈନିକ ୮ ଘଣ୍ଟା ଏବଂ ବୃଦ୍ଧ ଲୋକମାନଙ୍କୁ ଏହାଠାରୁ କମ୍ ସମୟର ନିଦ ଜରୁରୀ।