ଗାନ୍ଧୀଙ୍କ ସହ ମୋଦୀଙ୍କ ଫଟୋଚିତ୍ର ୨୫ ଲକ୍ଷ ଟଙ୍କାରେ ନିଲାମ

ଗାନ୍ଧୀଙ୍କ ସହ ମୋଦୀଙ୍କ ଫଟୋଚିତ୍ର ୨୫ ଲକ୍ଷ ଟଙ୍କାରେ ନିଲାମ

ଗାନ୍ଧୀଙ୍କ ସହ ମୋଦୀଙ୍କ ଫଟୋଚିତ୍ର ୨୫ ଲକ୍ଷ ଟଙ୍କାରେ ନିଲାମ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତୀତରେ ପାଇଥିବା ଉପହାର ଗୁଫିକର ପ୍ରଦର୍ଶନୀ ତଥା ଇ-ନିଲାମ ଗତ ଗୁରୁବାର ଶେଷ ହୋଇଛି । ଏହି ଇ-ନିଲାମକୁ ମିଳିବାକୁ ଥିବା ଅର୍ଥ ନମାମୀ ଗଙ୍ଗେ ମିସନରେ ବ୍ୟବହାର ହେବ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପକ୍ଷରୁ ଏହି ନିଲାମ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଥିଲା । ଏଥିରେ ମୋଟ ୨୭୭୨ଟି ସାମଗ୍ରୀ ରଖାଯାଇଥିଲା । ଏସବୁ ଉପହାର ଭିତରୁ ଗୋଟିଏ ଛୋଟ ଗଣେଶ ମୂର୍ତ୍ତିର ମୂଲ୍ୟ ୫୦୦ ଟଙ୍କା ରଖାଯାଇଥିବା ବେଳେ ମୋଦୀ ଏବଂ ମହାତ୍ମା ଗାନ୍ଧୀଙ୍କ ଛବି ଥାଇ ଏକ ଏକି୍ରଲିକ ଚିତ୍ରର ମୂଲ୍ୟ ଆଢେ଼ଇ ଲକ୍ଷ ଟଙ୍କା ରଖାଯାଇଥିଲା । ତେବେ ଏହି ଚିତ୍ରଟି ସର୍ବାଧିକ ୨୫ ଲକ୍ଷ ଟଙ୍କାରେ ବିକି୍ର ହୋଇଛି । ସେହିଭଳି ମା’ଙ୍କଠାରୁ ମୋଦୀ ଆଶୀର୍ବାଦ ନେଉଥିବାର ଏକ ଫଟୋ ୨୦ ଲକ୍ଷ ଟଙ୍କାରେ ବିକି୍ର ହୋଇଛି । ଏହି ନିଲାମରେ ସେଲବି୍ରଟି, ରାଜନୋ ଏବଂ ସାମାଜିକ କର୍ମୀମାନେ ଭାଗ ନେଇଥିଲେ । ପ୍ରଥମେ ଏହି ନିଲାମ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା । କିନ୍ତୁ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଉକ୍ତ ନିଲାମର ଶେଷ ତାରିଖ ୩ ସପ୍ତାହ ବଢ଼ାଇ ଦିଆଯାଇଥିଲା ।