ଟଙ୍କା ପାଇଁ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପିଟି ପିଟି ମାରିଦେଲା ନାତି

ଟଙ୍କା ପାଇଁ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପିଟି ପିଟି ମାରିଦେଲା ନାତି

ଟଙ୍କା ପାଇଁ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପିଟି ପିଟି ମାରିଦେଲା ନାତି
ବୁନ୍ଦି : ଟଙ୍କା ଆଗରେ ନିଜ ରକ୍ତ ସମ୍ପର୍କ ତୁଚ୍ଛ । ସାମାନ୍ୟ କେଇଟା ଟଙ୍କା ପାଇଁ ଜଣେ ନାତି ନିଜ ଜେଜେମା’ର ଜୀବନ ନେଇଛି । ମାତ୍ର କୋଡିଏ ହଜାର ଟଙ୍କାପାଇଁ ଜଣେ ନାତି ଜେଜେମା’ର ହତ୍ୟାକରିଛି । ଏପରି ଏକ ଲଜ୍ୟାଜନକ ଘଟଣା ରାଜସ୍ଥାନର ବୁନ୍ଦର ଅଞ୍ଚଳରେ ଘଟିଛି । ମାତ୍ର କୋଡିଏ ହଜାର ଟଙ୍କା ପାଇଁ ନିଜ ଜେଜେମା’ଙ୍କୁ ପିଟି ପିଟି ହତ୍ୟା କରିଛି ନାତି । ୮୦ ବର୍ଷୀ୍ର ଜେ ବୃଦ୍ଧଶ ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଶବକୁ ପୋଷ୍ଟରମ୍ଟମ୍‌ କରିବାକୁ ପଠାଇଛି । ତେବେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବୁନ୍ଦୀଜିଲ୍ଲା ସଦର ଥାନା ଅଞ୍ଚଳରେ ଉମରାଥୁନା ଗ୍ରାମର ଦୀପକ ଓ ତାଙ୍କ ଜେଜେମାଙ୍କ ମଧ୍ୟରେ ପଇସାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଜେଜେମା ୨୦ ହଜାର ଟଙ୍କା ନିଜ ନାତିକୁ ଦେଇଥିଲେ । ଯେତେବେଳେ ଜେଜେମା’ ନାତିକୁ ସେଇ ଟଙ୍କା ଫେରସ୍ତ ମାଗିଥିଲେ ବିବାଦ ଆରମ୍ଭ ହୋଇଥିଲା । ଟଙ୍କାକୁ ନେଇ ଉଭୟ ଜେଜେମା’ ଓ ନାତି ମଧ୍ୟରେ ବିବାଦ ସୃଷ୍ଟି ହେଲା । ଏହାପରେ ରାଗରେ ନାତି ନିଜ ଜେଜେମାକୁ ବାଡେଇଥିଲା । ନାତିର ମାଡରେ ବୃଦ୍ଧା ଜଣକ ଗୁରୁତର ହୋଇଥପଡିଥିଲେ । ଏହାପରେ ଗୁରୁତର ଜେଜେମା’ଙ୍କୁ ଜିଲ୍ଲା ହସ୍ପିଟାଲରେଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜେଜେମା’ଙ୍କର ଜୀବନ ଚାଲିଯାଇଥିଲା । ତେବେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନାତିକୁ ପୋଲିସ୍‌ ଖୋଜୁଥିବାର ସୂଚନା ରହିଛି ।