ନିଟ୍ ଏବଂ ଜେଇଇ ଘୁଞ୍ଚାଇବା ପାଇଁ ଚିଠି ଲେଖିଲେ ନବୀନ

ନିଟ୍ ଏବଂ ଜେଇଇ ଘୁଞ୍ଚାଇବା ପାଇଁ ଚିଠି ଲେଖିଲେ ନବୀନ

ନିଟ୍ ଏବଂ ଜେଇଇ ଘୁଞ୍ଚାଇବା ପାଇଁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର : ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଜେଇଇ ଘୁଞ୍ଚାଇବା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବା ପାଇଁ ନବୀନ ଅନୁରୋଧ କରିଛନ୍ତି । କରୋନା କାରଣରୁ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା କଷ୍ଟସାଧ୍ୟ ତଥା ଦୁର୍ଗମ ଅଞ୍ଚଳରୁ ଛାତ୍ରଛାତ୍ରୀ ଆସିବା ମଧ୍ୟ କଷ୍ଟସାଧ୍ୟ ବ୍ୟାପାର । ଏହାକୁ ଦୃଷ୍ଟିରେ ରଖଫି ପରୀକ୍ଷା ଘୁଞ୍ଚାଇବାକୁ ନବୀନ ଦାବି କରିଛନ୍ତି । ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶିବସେନା ବିଧାୟକ ଆଦିତ୍ୟ ଠାକରେ ମଧ୍ୟ ସମାନ ଅନୁରୋଧ କରିଥିଲେ । ପୂର୍ବରୁ ସେପ୍ଟେମ୍ବର ୧୩ ତାରିଖରେ ପରୀକ୍ଷା କରିବା ପାଇଁ ଘୋଷଣା କରାଯାଇଥିଲା ।