ଲଣ୍ଡନରୁ ଭାରତୀୟ ଛାତ୍ରୀ ଅପହରଣ ମାମଲା : ଜାକିର ନାଏକ ଲିଙ୍କର ତଦନ୍ତ କରିବ ଏନଆଇଏ

ଲଣ୍ଡନରୁ ଭାରତୀୟ ଛାତ୍ରୀ ଅପହରଣ ମାମଲା : ଜାକିର ନାଏକ ଲିଙ୍କର ତଦନ୍ତ କରିବ ଏନଆଇଏ

ଲଣ୍ଡନରୁ ଭାରତୀୟ ଛାତ୍ରୀ ଅପହରଣ ମାମଲା : ଜାକିର ନାଏକ ଲିଙ୍କର ତଦନ୍ତ କରିବ ଏନଆଇଏ
ଲଣ୍ଡନ : ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଜଣେ ଭାରତୀୟ ଛାତ୍ରୀଙ୍କ ଅପହରଣ ମାମଲାରେ ପୋଲିସ ଜଣେ ବାଂଲାଦେଶ ଯୁବକକୁ ଗିରଫ କରିଥିବା ବେଳେ ଜାକିର ନାଏକ ଲିଙ୍କ ରହିଥିବା ନେଇ ଏନଆଇଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ମେ ମାସରେ ଯୁବତୀଙ୍କ ପିତାମାତାଙ୍କ ପକ୍ଷରୁ ଅପହରଣ ଅଭିଯୋଗ କରାଯାଇଥିଲା । କ୍ରାଇମବ୍ରାଞ୍ଚ ପରେ ତଦନ୍ତଭାର ଏନଆଇଏ ହାତକୁ ଯାଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ବାଂଲାଦେଶର ପୂର୍ବତନ ସାଂସଦ ସର୍ଦ୍ଧାର ଶେଖାୱତ ହୁସେନ ବୋକୁଲର ପୁଅ ନଫିସର ନାମ ବାହାରକୁ ଆସିଛି । ଝିଅଟିକୁ ଫସାଇ ନଫିସ୍ ତାର ଧର୍ମ ପରିବର୍ତ୍ତନ କରିଥିବାର ଅଭିଯୋଗ ହୋଇଛି । ଏହା ବ୍ୟତିତ ଇସଲାମିକ ଧର୍ମଗୁରୁ ଜାକିର ଖାନକୁ ମଧ୍ୟ ମାମଲାର ଅନ୍ୟତମ ଅଭିଯୁକ୍ତ ଭାବରେ ଉଲ୍ଲେଖ କରାଯାଇଛି । ମାମଲାରେ ଜାକିର ଖାନ୍ର ସମ୍ପୃକ୍ତିକୁ ନେଇ ଏନ୍ଆଇଏ ପକ୍ଷରୁ ତଦନ୍ତ ଜାରି ରହିଛି ।