କରୋନା ଯୋଗୁଁ ହଳଦୀ ବିକି୍ରରେ ରେକର୍ଡ

କରୋନା ଯୋଗୁଁ ହଳଦୀ ବିକି୍ରରେ ରେକର୍ଡ

କରୋନା ଯୋଗୁଁ ହଳଦୀ ବିକି୍ରରେ ରେକର୍ଡ
ନୂଆଦିଲ୍ଲୀ: କରୋନା କାଳରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଘରୋଇ ଉପଚାରରେ ବ୍ୟସ୍ତ । ଘରୋଇ ଖାଦ୍ୟ ଖାଉଛନ୍ତି ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ଆପଣାଉଛନ୍ତି । କାଢ଼ା ଏବଂ ଗରମ ପାଣିରେ ଲେମ୍ବୁ ରସ ପକାଇ ପିଉଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ସମସ୍ତେ ଟେଷ୍ଟ ଚଳାଇଛନ୍ତି । ଏହା ମଧ୍ୟରେ ଭାରତୀୟ ମସଲା ବିକି୍ରରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି । ବଜାର ସର୍ବେକ୍ଷଣ ସଂସ୍ଥା ନିଲସନ ପକ୍ଷରୁ ଏକ ପ୍ରସ୍ତୁତ ରିପୋର୍ଟ ଅନୁସାରେ, ଏବେ ମହାମାରୀର ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ପାଇଁ ଘରୋଇ ଉପଚାର ମଧ୍ୟରେ ହଳଦୀର ବ୍ୟବହାର ବହୁ ମାତ୍ରାରେ ବଢ଼ିଯାଇଛି । ସମ୍ପ୍ରତି ଅନେକ ଲୋକ ଗରମ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି । କାଢ଼ା ବନାଇବା ପାଇଁ ବି ହଳଦୀର ବ୍ୟବହାର କରୁଛନ୍ତି । ହଳଦି ଏବଂ ଅନ୍ୟ ମସଲା ଗୁଡ଼ିକ ସହ ଗୋଲମରିଚ, ଅଦା, ରସୁଣ, ତୁଳସୀ, ପୋଦିନା ଆଦିକୁ ବି ଆଣ୍ଟି ବାୟୋଟିକ ବା ଜୀବାଣୁନିରୋଧ ଭାବେ ଗଣନା କରାଯାଇଥାଏ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ଏସବୁର ଚାହିଦା କାହିଁରେ କଣ ବଢ଼ିଯାଇଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଅଧିକାଂଶ ଗ୍ରାହକ ସୁରକ୍ଷା ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରଚେଷ୍ଟା ଜାରି ରଖିବେ ।