ବାଘୁଣୀ ପରେ ଏବେ କରୋନାରେ ଆକ୍ରାନ୍ତ ହେଲା ବିଲେଇ।

ବାଘୁଣୀ ପରେ ଏବେ କରୋନାରେ ଆକ୍ରାନ୍ତ ହେଲା ବିଲେଇ।

ବାଘୁଣୀ ପରେ ଏବେ କରୋନାରେ ଆକ୍ରାନ୍ତ ହେଲା ବିଲେଇ।
ଚୀନର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ବିଶ୍ବର ସବୁ ଦେଶରେ ପ୍ରଭାବ ବିସ୍ତାର କରି ସାରିଛି। ଏହା ଏବେ କେବଳ ମଣିଷଙ୍କର ନୁହେଁ ପଶୁଙ୍କଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ପୂର୍ବରୁ କରୋନାରେ ଏକ ବାଘୁଣୀ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ହେଲେ ଏବେ ଏହି କରୋନା କବଳରେ ଗୃହ ପାଳିତ ପଶୁମାନେ ମଧ୍ୟ ଶିକାର ହେଲେଣି। ମିଳିଥିବା ସୂଚନା ଅନୁସାରେ ଆମେରିକାଠାରେ ଏକ ଗୃହପାଳିତ ବିଲେଇ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ତେବେ ଗୃହପାଳିତ ପଶୁଙ୍କ ନିକଟରେ ଏହି ମାମଲା ପ୍ରଥମ ରୂପେ ଦେଖାଯାଇଛି । ନ୍ୟୁୟର୍କରେ ଦୁଇ ବିଲେଇ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ବିଲେଇ ନିଃଶ୍ବାସ ନେବାର କଷ୍ଟ ଅନୁଭବ କରୁଥିଲେ । ଯେତେବେଳେ ବିଲେଇଙ୍କର ଟେଷ୍ଟ କରାଗଲା ତେବେ ତାଙ୍କଠାରେ କରୋନା ପଜିଟିଭ୍‌ ମିଳିଥିଲା । ଏବେ ଏହି ବିଲେଇର ଚିକିତ୍ସା କରାଯାଉଛି । ତେବେ ଏହି ବିଲେଇ ଘର ଲୋକ କିମ୍ବା ପଡୋଶୀଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ଘଟଣାକୁ ଦେଖି ଆମେରିକାରର ସେଣ୍ଟର ଫର୍‌ ଡିସିଜ୍‌ କଣ୍ଟ୍ରୋଲ୍‌ ଏଣ୍ଡ୍‌ ପ୍ରିଭେସନ୍‌ ଦ୍ବାରା ଏକ ରିଲିଜ୍‌ ଜାରି କରାଯାଇଛି । ସିଡିସି ର ରିଲିଜ୍‌ ଅନୁସାରେ ଏହି ବିଲେଇ ନ୍ୟୁୟର୍କର ଦୁଇ ଅଲଗା ଅଲଗା ସ୍ଥାନର ଅଟନ୍ତି ।