ଅନଲାଇନ ଠକେଇ,ଫୋନ ବଦଳରେ ଆସିଲା ଲୁଗାସଫା ସାବୁନ

ଅନଲାଇନ ଠକେଇ,ଫୋନ ବଦଳରେ ଆସିଲା ଲୁଗାସଫା ସାବୁନ

ଅନଲାଇନ ଠକେଇ,ଫୋନ ବଦଳରେ ଆସିଲା ଲୁଗାସଫା ସାବୁନ
ଯୋଡ଼ା: ଅନଲାଇନରେ ଫୋନ କିଣିବା ମହଙ୍ଗା ପଡ଼ିଛି । ଫୋନ ବଦଳରେ ପ୍ୟାକେଟ ଭିତରେ ମିଳିଛି ଲୁଗା ସଫା ସାବୁନ । ଏପରି ଠକେଇର ଶିକାର ହୋଇଛନ୍ତି କେନ୍ଦୁଝର ଜିଲ୍ଲା ବଲାଣୀ ଅଞ୍ଚଳର ଦିଲ୍ଲୀପ କୁମାର ଉପାଧ୍ୟାୟ । ଦିଲ୍ଲୀପ ବଲାଣି ସେଲ ଖଣିରେ କାମ କରନ୍ତି । ଚଳିତ ମାସ ୬ ତାରିଖରେ ତାଙ୍କ ଝିଅ ସାଙ୍ଗର ଆକାଉଣ୍ଟରୁ ଆମାଜନ.ଇନରୁ ଅର୍ଡର ନମ୍ବର ୪୦୪-୭୯୬୬୬୭୬-୪୭୯୩୯୪୪ ମାଧ୍ୟମରେ ଗୋଟିଏ ୱାନ ପ୍ଲସ ନୋଟ-୫ ଫୋନ ଅର୍ଡରକରିଥିଲେ । ଯାହାର ମୂଲ୍ୟ ୨୭୯୯୯ ଟଙ୍କା ରହିଥିଲା । ହେଲେ ଅର୍ଡର କରିବା ଦିନ ଆମାଜନ.ଇନ ପକ୍ଷରୁ ଅଫର ଥିବାରୁ ଉପାଧ୍ୟାୟ ଫୋନ କୁ ୨୫ ହଜାର ଟଙ୍କାରେ କ୍ରୟ କରିଥିଲେ । ଚଳିତ ମାସ ୧୮ ତାରିଖ ଅପରାହ୍ନ ୪ଟାରେ ସିଷ୍ଟମ ଭେଞ୍ଜର ପ୍ରାଇଭେଟ ଲି. ଦ୍ୱାରା ସାମଗ୍ରୀ ଡେଲିଭରୀ କରାଯାଇଥିଲା । ଦିଲ୍ଲୀପ ପ୍ୟାକେଟକୁ ଖୋଲିବା ପରେ ଲୁଗାସଫା ସାବୁନ ଥିବା ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ଡେଲିଭରି ବୟ ରଘୁନାଥ ମୁଣ୍ଡାଙ୍କୁ ଅବଗତ କରାଇଥିଲେ । ଇମେଲ ଜରିଆରେ ଇ-କମର୍ସ କମ୍ପାନୀ ଆମାଜନକୁ ମଧ୍ୟ ଅଭିଯୋଗ କରିଥିଲା । ଆମାଜନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୩-୪ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ ଆମାଜନ କମ୍ପାନୀ ସଠିକ ସାମଗ୍ରୀ ପଠାଇଥିବା ନେଇ ଦାବି କରିଥିଲା । ଶ୍ରୀ ଉପାଧ୍ୟାୟ ପଲାଣି ଥାନାରେ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।