ଠିକା ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି

ଠିକା ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି

ଠିକା ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମଓ ସମ୍ମିଳନୀ ଚାଲିଛିି । ଏହି ସମ୍ମିଳନୀରେ ଚୁକ୍ତିଭତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମଓ ସମ୍ମିଳନୀ ହେଉଛି । ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଦିନ । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସମ୍ମିଳନୀର ଉପସ୍ଥିତ ରହିଛନ୍ତି । ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲାର ସିଡିଏମଓ ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ସାମିଲ ହୋଇଛନ୍ତି । ଚୁକ୍ତିଭତ୍ତିକ ଡାକ୍ତରଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯିବା ନେଇ ଏହି ସମ୍ମିଳନୀରେ ନିଷ୍ପତି ହୋଇଛି । ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ୬୮ ରହିଥିଲା କିନ୍ତୁ ଏହା ବୃଦ୍ଧି କରାଯାଇ ୭୦ କରାଯିବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।