ପୁସ୍ତକ ପଢ଼ି ସୁସ୍ଥ ରୁହନ୍ତ

ପୁସ୍ତକ ପଢ଼ି ସୁସ୍ଥ ରୁହନ୍ତ

ପୁସ୍ତକ ପଢ଼ି ସୁସ୍ଥ ରୁହନ୍ତ
ବହି ପଢ଼ିବା ଏକ ଉତ୍ତମ ଅଭ୍ୟାସ ଓ ପ୍ରତି ମୁହୂର୍ତ୍ତରେ ପୁସ୍ତକ ଏକ ଉତ୍ତମ ବନ୍ଧୁ ଭାବେ ରହିଥାଏ । ନିକଟରେ ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି ଯେ ସୁସ୍ଥ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ ନିୟମିତ ପୁସ୍ତକ ପଢ଼ିବା ଉଚିତ । ଯଦି ଆପଣ ଅଧିକ ସମୟ ଶାରୀରିକ ପରିଶ୍ରମ ନ କରିପାରୁଛନ୍ତି, ତେବେ ସେଇ ସମୟରେ ପୁସ୍ତକ ପଢ଼ିବା ଉଚିତ । ନାମୀ ଲେଖକଙ୍କର ଉପନ୍ୟାସମାନ ପଢ଼ନ୍ତୁ । ଏଇ ଅଭ୍ୟାସରେ ଆପଣଙ୍କୁ ଅନେକ କିଛି ଶିଖିବାକୁ ମିଳିଥାଏ । ପୁସ୍ତକରେ ମଜ୍ଜି ରହିଲେ ଘଣ୍ଟାଘଣ୍ଟା ସମୟ କିପରି ଅତିବାହିତ ହୋଇଯାଏ, ତାହା ଜଣାପଡେ଼ ନାହିଁ । ଅନୁଧ୍ୟାନରୁ ପ୍ରମାଣିତ ହୋଇଛି ଯେ ପ୍ରତ୍ୟହ ଯଦି ଅଧିକ ସମୟ ପୁସ୍ତକ କିମ୍ବା ପତି୍ରକା ପଢ଼ିଲେ, ଅଲଜାଇମର ରୋଗ ହେବାର ଆଶଙ୍କା କମ୍ ରହେ । କାରଣ ପୁସ୍ତକ ପଢ଼ିଲେ ଆମ ମସ୍ତିଷ୍କ ସକି୍ରୟ ରହେ । ଅନ୍ତତଃ ପ୍ରତ୍ୟହ ୩୦ ମିନିଟ ଖବରକାଗଜ ଭଲଭାବେ ପଢ଼ିବାକୁ ଚେଷ୍ଟା କରିବା ଉଚିତ । ମାନସିକ ଅବସାଦ କିମ୍ବା ଚାପରେ ରହୁଥିଲେ ପୁସ୍ତକ ପଢ଼ିବା ଠାରୁ ଉତ୍ତମ ଚିକିତ୍ସା ନାହିଁ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଗପ ବହି ହେଉ କିମ୍ବା ପତି୍ରକା ଏସବୁ ପଢ଼ି ସମୟ ଅତିବାହିତ କରି ପର ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ ।