ଏଣିକି ଘର ସଫା ରଖିବ ସାନିଟାଇଜର ଝାଡୁ ।

ଏଣିକି ଘର ସଫା ରଖିବ ସାନିଟାଇଜର ଝାଡୁ ।

ଏଣିକି ଘର ସଫା ରଖିବ ସାନିଟାଇଜର ଝାଡୁ ।
ପରିବେଶ ପ୍ରଦୂଷଣକୁ ନେଇ ଏବେ ବିଭିନ୍ନ ମହଲରେ ସତର୍କତା ଦେଖାଦେଇଛି । ଏକ ସୁସ୍ଥ ଜୀବନ ଶୈଳୀ ଅତିବାହିତ ନିମନ୍ତେ ଲୋକେ ଘରେ ‘ଏୟାର ପ୍ୟୁରିଫାୟାର’ ଓ ‘ସାନିଟାଇଜର ଝାଡ଼ୁ’ ଇତ୍ୟାଦି ଯନ୍ତ୍ରର ବ୍ୟବହାର କରୁଛନ୍ତି । ଏସବୁ ମହଙ୍ଗା ହେବା ସତ୍ତ୍ୱେ ଅଧିକାଂଶ ଲୋକ କିଣିବାକୁ ପଛାଉନାହାନ୍ତି । ଏହି ସାନିଟାଇଜର ଷ୍ଟିକ ବା ଝାଡ଼ୁକୁ ଆପଣ ନିଜ ସାଥୀରେ ପ୍ରତ୍ୟେକ ସ୍ଥାନକୁ ନେଇପାରିବେ । ବିଶେଷଜ୍ଞଙ୍କ ମତରେ ମାତ୍ର ୩୦-୫୦ ସେକେଣ୍ଡ ମଧ୍ୟରେ ଯନ୍ତ୍ରଟି ଜୀବାଣୁକୁ ନଷ୍ଟ କରିପାରେ । ଆପଣ ବସୁଥିବା ଚେୟାର, ଖଟ, ଟେବୁଲକୁ ଏହା ପରିଷ୍କାର ରଖୁଥିବା ବେଳେ ୯୯ ପ୍ରତିଶତ ଜୀବାଣୁକୁ ନଷ୍ଟ କରେ । ଚାର୍ଜିଂରେ କାମ କରୁଥିବା ଯନ୍ତ୍ରଟିକୁ ଥରେ ଚାର୍ଜ କଲେ ବାହାରୁଥିବା ୟୁଜିସି ରଶ୍ମି ହିଁ ଜୀବାଣୁ ନଷ୍ଟ କରିଥାଏ । ପାଶ୍ଚାତ୍ୟ ରାଷ୍ଟ୍ରରେ ଚିକିତ୍ସାଳୟ ଓ ଘରେ ଘରେ ଏହି ସାନିଟାଇଜର ଷ୍ଟିର ବହୁଳ ବ୍ୟବହାର ହୋଇଥାଏ ଆମ ଦେଶରେ ରାଜଧାନୀ ଜିଲ୍ଲାରେ ଏହି ଷ୍ଟିକର ଆଦର ବଢ଼ିବାରେ ଲାଗିଥିବା ବେଳେ ସାନିଟାଇଜର ଷ୍ଟିକର ମୂଲ୍ୟ ୨ ହଜାର ଟଙ୍କାରୁ ଆରମ୍ଭ ହେଉଛି ।