ଓଜନ କମ୍ କରାଏ ଲଙ୍କା

ଓଜନ କମ୍ କରାଏ ଲଙ୍କା

ଓଜନ କମ୍ କରାଏ ଲଙ୍କା
ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ ବୋଲି କେତେକ ବର୍ଗର ଲୋକଙ୍କ ମତ । ଅନ୍ୟପାଖେ କେତେ ଜଣ ଲଙ୍କା ଖାଇବାକୁ ହିଁ ପସନ୍ଦ କରିନଥାନ୍ତି । ବିଶେଷ କରି ମସଲାରେ ହିଁ ଲଙ୍କାର ଉପଯୋଗ ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟ ଭରପୁର ଲଙ୍କା ବିଭିନ୍ନ ବ୍ୟଞ୍ଜନରେ ଅଳ୍ପ ପରିମାଣରେ ଉପଯୋଗ କରାଯିବା ଉଚିତ । ଏହା ଆମ ଶରୀରର ମେଟାବୋଲିଜିମ କ୍ଷମତାକୁ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଏ । ସବୁଠୁ ମୁଖ୍ୟ କଥା ଯେ ଲଙ୍କା ସେବନ କଲେ ଆମ ଓଜନ ମଧ୍ୟ ନିୟନ୍ତ୍ରଣରେ ରୁହେ । ଭିଟାମିନ୍ ‘ଇ’ ଓ ଭିଟାମିନ୍ ‘ସି’ ଭରପୁର ଲଙ୍କା ଖାଇଲେ ଆମ ତ୍ୱଚା ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡେ଼ । ସବୁଜ ଓ ଲାଲ ଲଙ୍କା ପ୍ରତ୍ୟହ ବ୍ୟଞ୍ଜନରେ ଗୋଟିଏ କିମ୍ବା ଦୁଇଟି ବ୍ୟବହାର କରିବା ଉଚିତ । ସବୁଜ ଲଙ୍କାରେ ବିଟା କ୍ୟାରୋଟିନ ଥିବା ବେଳେ ତାହା ହୃଦଯନ୍ତ୍ରକୁ ମଧ୍ୟ ଶକ୍ତି ଯୋଗାଇଥାଏ । ହୃଦରୋଗରୁ ବର୍ତ୍ତିବାକୁ ଚାହୁଁଥିବା ଲୋକ ଲଙ୍କା ମିଶା ବ୍ୟଞ୍ଜନ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ।