ଚାଟଶାଳୀରୁ ବିଦ୍ୟା ଅଧ୍ୟୟନ ଆରମ୍ଭ କରିଥିଲେ ଟାଗୋର
ଚାଟଶାଳୀରୁ ବିଦ୍ୟା ଅଧ୍ୟୟନ ଆରମ୍ଭ କରିଥିଲେ ଟାଗୋର
admin
May 7, 2021 - 09:45
Updated: May 7, 2021 - 09:45
ସାରା ବିଶ୍ୱରେ ବିଶ୍ୱ କବି ଭାବେ ସୁନାମ ଅର୍ଜନ କରିଥିବା ରବିନ୍ଦ୍ରନାଥ ଟାଗୋର ଏକାଧାରାରେ ଜଣେ ବିଶିଷ୍ଠ ସାହିତ୍ୟକାର, ଜ୍ଞାନୀ, ଗୀତିକାର, ଦାର୍ଶନିକ, ସମାଜ ସଂସ୍କାରକ, ନାଟ୍ୟକାର, ଚିତ୍ରକର ଓ ସଙ୍ଗିତଜ୍ଞ ଅଟନ୍ତି । ସେହି ଯୋଗଜନ୍ମା ବାଗ୍ମି ରବିନ୍ଦ୍ରନାଥ ଟାଗୋର ୧୮୬୧ ମସିହା ମେ ୭ ତାରିଖରେ ଏକ ବଙ୍ଗାଳୀ ପରିବାରରେ ଠାକୁର ବଂଶର କୂଳପ୍ରଦୀପ ପ୍ରଜ୍ୱଳନ କରି ପିତା ଦେବେନ୍ଦ୍ରନାଥ ଓ ମାତା ଶାରଦା ଦେବୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ । ନିଜ ଘରପାଖ ଚାଟଶଳୀରେ ବିଦ୍ୟା ଅଧ୍ୟୟନ ଆରମ୍ଭ କରିଥିଲେ ଟାଗୋର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟବେଳୁ ତାଙ୍କ କବିତା, ଛନ୍ଦ ଭାଷାରେ ଅଦ୍ଭୁତ ପ୍ରତିଭା ଫୁଟିଉଠିଥିଲା । ମାତ୍ର ୮ ବର୍ଷ ବୟସରେ ସେ ତାଙ୍କ ଜୀବନର ପ୍ରଥମ କବିତା ଲେଖିଥିଲେ । ୧୬ ବର୍ଷ ବୟସରେ ତଙ୍କର ପ୍ରଥମ ଲଘୁକଥା ପ୍ରକାଶିତ ହୋଇଥିଲା । ଏହା ଶସ୍ତ୍ରୀୟ ମାନ୍ୟତା ପାଇଥିଲା । ସେ ଜଣେ ମାନବବାଦୀ, ସର୍ବଭାରତୀୟ, ଅନ୍ତର୍ଜାତୀୟବାଦୀ ଏବଂ ଜାତୀୟତାବାଦୀ ଅଟନ୍ତି । ସେ ବ୍ରଟେନରୁ ବିରୋଧୀ ଭାବରେ ବ୍ରିଟିଶରାଜ୍କୁ ନିନ୍ଦା କରିବା ସହ ସ୍ୱାଧୀନତାକୁ ସମର୍ଥନ କରିଥିଲେ । କଠିନ ଶସ୍ତ୍ରୀୟ ରୂପକୁ ତ୍ୟାଗ କରି ଭାଷାଭିତ୍ତିକ କଠୋରତାକୁ ପ୍ରତିରୋଧ କରି ଟାଗୋର ବଙ୍ଗଳା କଳାକୁ ଆଧୁନିକୀକରଣ କରିଥିଲେ । ତାଙ୍କର ଉପନ୍ୟାସ, କାହାଣୀ, ଗୀତ, ନୃତ୍ୟ-ନାଟକ ଏବଂ ପ୍ରବନ୍ଧଗୁଡିକ ରାଜାନ÷ତିକ ଏବଂ ବ୍ୟକ୍ତିଗତ ବିଷୟଗୁଡିକ ଉପରେ ଆଧାରିତ ଥିଲା । 'ଗୀତାଞ୍ଜଳି', 'ଗୋରା' ଓ ଘରେ-ବଏରେ ତାଙ୍କର ଜଣାଶୁଣା କାର୍ଯ୍ୟ ଏବଂ ତାଙ୍କର ଗୀତ, କ୍ଷୁଦ୍ର ଗଳ୍ପ, ଉପନ୍ୟାସଗୁଡିକ ସେମାନଙ୍କର ଗୀତ, କଥାବାର୍ତ୍ତା ପାଇଁ ପ୍ରଶଂସିତ ହୋଇଥିଲା । 'ଗୀତାଞ୍ଜଳିର' ଗଭୀର ସମ୍ବେଦନଶୀଳ, ସତେଜ ଏବଂ ସୁନ୍ଦରପଦ ଲେଖନୀ ଯୋଗୁଁ ୧୯୧୩ ମସିହରେ ରବିନ୍ଦ୍ରନାଥ ଟାଗୋର ପ୍ରଥମ ଅଣ-ୟୁରୋପୀୟ ତଥା ସାହିତ୍ୟରେ ନୋବେଲ ପୁରଷ୍କାର ପାଇବାରେ ପ୍ରଥମ ଗୀତିକାର ଥଲେ । ତାଙ୍କର ଚତ୍ମକାର ଗଦ୍ୟ ଓ ଯାଦୁକରୀ କବିତା ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ଲେଖନୀରେ ପ୍ରାକୃତିକତା ଓ ଅପ୍ରାକୃତିକ ଚିନ୍ତାଧାରା ଯୋଗୁଁ ଦୁଇ ଦେଶ ତାଙ୍କ ରଚନାକୁ ଜାତୀୟ ସଂଗୀତ ଭାବେ ମନୋନୀତ କରିଥିଲେ । ଭାରତର ଜାତୀୟ ସଂଗୀତ ‘ଜନ-ଗଣ-ମନ ଅଧିନାୟକ' ଏବଂ ବାଂଲାଦେଶର ‘ଆମର ସୋନାର ବାଙ୍ଗଲା' ର ସେ ରଚୟୀତା ଥିଲେ । ତାଙ୍କ କାର୍ଯ୍ୟ ଦ୍ୱାରା ଶ୍ରୀଲଙ୍କା ଜାତୀୟ ସଂଗୀତ ମଧ୍ୟ ଅନୁପ୍ରାଣିତ ହୋଇଥିଲା । ସେହି ବିଶ୍ୱବାଦୀ ବକ୍ତିତ୍ୱ ସଦା ସ୍ମରଣୀୟ ।