ଅନଲାଇନ୍ ଆପରେ ଠକେଇ
ଅନଲାଇନ୍ ଆପରେ କୋଟିଏ ଟଙ୍କାର ଠକେଇ ଅଭିଯୋଗ। ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି। ଅଟକ ଥିବା ବ୍ୟକ୍ତି ଜଣକ ଚନ୍ଦନପୁର ତୁଳସୀ ଚଉରା ଗ୍ରାମର କିର୍ତ୍ତିପ୍ରକାଶ ଦାଶ ବୋଲି ଜଣାପଡିଛି। ଶତାଧିକ ଲୋକଙ୍କୁ ଅନଲାଇନ ଗେମ୍ ଆପରେ କିର୍ତ୍ତିପ୍ରକାଶ ଠକେଇ କରିଥିବା ବେଳେ ଏଥିରେ ଶିକାର ହୋଇଥିବା ବ୍ୟକ୍ତି ମାନେ ଥାନା ଘେରାଉ କରିଛନ୍ତି। ତୁରନ୍ତ ପୋଲିସ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ଲୋକେ। ସେପଟେ ଘଟଣାକୁ ନେଇ ପୋଲିସ କିର୍ତ୍ତିପ୍ରକାଶକୁ ପଚରାଉଚରା କରୁଥିବା ବେଳେ କିଭଳି ଢଙ୍ଗରେ ଏଭଳି ଠକେଇ ହୋଇଛି ସେ ନେଇ ତଦନ୍ତ ଚଳାଇଛି। ପିପିଲି, ସତ୍ୟବାଦୀ ସହ ଚନ୍ଦନପୁର ଅଞ୍ଚଳର ଅନେକ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି। ରନ୍ ଲେଭ ନାମକ ଏକ ଗେମ୍ ଆପ୍ ଯୋଗେ ଏହି ଠକେଇ ହୋଇଥିବା ବେଳେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।