ବିଭୁତିଙ୍କ ପାଇଁ ସୁର ଓ ପ୍ରଭାତୀଙ୍କ ପାଇଁ ଶମୀର ଖବର ଦୁନିଆରୁ ଲୀନ
ପୁଅ ପ୍ରେମରେ ପାଗଳ ହୋଇ ସୁର ଭାଇ ବିଜେଡି ବିଧାୟକ ପ୍ରାର୍ଥୀ ବିଭୁତି ବଳବନ୍ତ ରାୟ କୁ ସମର୍ଥନ ଦେବା ପଡିଛି ମହଙ୍ଗା | ସାନ ପୁଅ ମନ୍ମଥ ଙ୍କ ପାଇଁ କଂଗ୍ରେସ ର ନୀତି ଆଦର୍ଶ କୁ ଭୁଲି ସୁର ଭାଇ ନେଳିଆ କ୍ୟାମ୍ପ ରେ ନିଜର ନୂଆ ଟୁଙ୍ଗି ଗଠନ କରିଥିଲେ | ଯାହା ଫଳରେ କଂଗ୍ରେସ ତାଙ୍କ ହାତ ଛାଡି ଦେଇ ଥିଲା | ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଟିକେଟ ରେ ନିମାପଡ଼ାରୁ ନିର୍ବାଚନ ଲଢ଼ିଲେ ମଧ୍ୟ ଅମାନତ ହରେଇବା କୋଉଠି ନା କୋଉଠି ସୁରଙ୍କୁ ଏକ ବିରାଟ ଆଘାତ ଦେଇ ଥିଲା | ସାନ ପୁଅ ମଧ୍ୟ ବିଜେଡି ଡଙ୍ଗାରେ ବସି ନଦୀ ପାର ହେଉ ହେଉ ଡଙ୍ଗାଟି ମଝି ନଈରେ ବୁଡି ଯାଇଥିଲା | ସେପଟେ ସୁରଙ୍କ ପାରମ୍ପରିକ ସିଟ ରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିଭୁତି ବଳବନ୍ତ ରାୟ ଖୋଦ ସୁର ଭାଇଙ୍କ ସମର୍ଥନରେ ବିଧାନସଭା ଯିବାରେ ସଫଳ ହୋଇଗଲା ପରେ ଓଡିଶା ରାଜନୀତିରେ ନିଉଜ ମେକର ପାଲୋଟିଥିବା ପରିବାରଟି ଆଜି ନିଉଜ୍ରୁ ଉଭାନ |
ସେହିଭଳି ନିମାପଡ଼ାରେ ସୁର ଭାଇଙ୍କ ଭଳି ସମାନ ଅବସ୍ଥା ଭୋଗିଛନ୍ତି ପୂର୍ବତନ ବିଧାୟକ ସମୀର ଦାସ | ବିଜୁ ଜନତା ଦଳ ତାଙ୍କୁ ଅଣଦେଖା କରି ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିବା କୋଉଠି ନା କୋଉଠି ଛାତିରେ ଛୁରୀ ଭୁସିଲା ଭଳି ଲାଗିଥିଲା | ଶେଷରେ ସେ ବିଜେଡି ପ୍ରାର୍ଥୀ ଙ୍କ ବିରୁଦ୍ଧରେ ଏକ ସଭା କରି ଦେଖାଇଥିଲେ ନିଜ ଶକ୍ତି | ତାଙ୍କ ଆଶାଥିଲା ଯେ ଶକ୍ତି ପ୍ରଦର୍ଶନ ପରେ ବିଜେଡି ନିମାପଡ଼ାରେ ପ୍ରାର୍ଥୀ ପରିବର୍ତନ କରି ତାଙ୍କ ଉପରେ ପୁଣି ଠାରେ ଆସ୍ଥା ପ୍ରକଟ କରିବ | କିନ୍ତୁ ତାଙ୍କ ଆଶା ଆଶା ହୋଇ ରହିଗଲା | ନିଜ ରଣନୀତି ଉପରେ ଭରସା କରି ଅଟଳ ହୋଇ ରହିଲେ ବିଜେଡି ସୁପ୍ରିମ ନବୀନ ପଟନାୟକ ଏବଂ ଭିକେ ପାଣ୍ଡିଆନ | ସେପଟେ ସମୀର ସାଜିଗଲେ ରେବଲ | ବିଜେଡ଼ିକୁ ହରେଇବାକୁ ଯାଇ ସମୀର ଦାସ ନିଜ ସମର୍ଥକ ମାନଙ୍କୁ ଧରି ଶେଷରେ ଧରିଲେ ପଦ୍ମ | ନିଜର କଳ ବଳ ଓ କୌଶଳ ଲଗେଇ ଦେଲେ ବିଜୁ ଜନତା ଦଳ ବିରୁଦ୍ଧରେ | ଯାହା ଫଳରେ ସମୀର ଦାସ ଙ୍କ ଆଶୀର୍ବାଦ ରେ ପ୍ରଭାତୀ ପରିଡା ନିର୍ବାଚନ ବୈତରଣୀ ପାର ହୋଇ ଆଜି ଉପମୁଖ୍ୟମନ୍ତ୍ରୀ |
ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଥିବା ଦୁଇ ଚେହେରା ସୁରେଶ କୁମାର ରାଉତରାୟ ଏବଂ ସମୀର ରଞ୍ଜନ ଦାସ ନିଜେ ନିଜ ଗୋଡ଼ରେ କୁରାଢ଼ୀ ମାରି ଅନ୍ୟମାନଙ୍କ ରାଜନୀତି ଭବିଷ୍ୟତକୁ ଗଢି ତୋଳିବା କୋଉଠି ନା କୋଉଠି ତାଙ୍କୁ ମହଙ୍ଗା ପଡିଲା | ଆଜି ଦିନରେ ସେମାନେ ଖବର ଦୁନିଆରୁ ଲୀନ |