ନବୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ: ସୂର୍ୟ୍ୟ ପାତ୍ର

ନବୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ: ସୂର୍ୟ୍ୟ ପାତ୍ର

ଭୁବନେଶ୍ୱର: ନବୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ଏକଥା କହିଛନ୍ତି ବିଜେଡି ଉପସଭାପତି ସୂର୍ୟ୍ୟନାରାୟଣ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ, ଦେଶ ଓ ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ଅତୀତରେ ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କଥା ଉଠିଥିଲା । ତେବେ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ । ବହୁ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାର ନଜିର ରହିଛି । ଏଥର ବିଜେଡି ସମଦୂରତ୍ୱ ନୀତି ଆପଣାଇବ ନାହିଁ । ଯିଏ ଓଡ଼ିଶାର ସ୍ୱାର୍ଥ କଥା କହିବ ତାକୁ ସମର୍ଥନ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।