ମୁଣ୍ଡବିନ୍ଧା ବଢାଇପାରେ କଫି

ମୁଣ୍ଡବିନ୍ଧା ବଢାଇପାରେ କଫି

ମୁଣ୍ଡବିନ୍ଧା ବଢାଇପାରେ କଫି
ମୁଣ୍ଡବିନ୍ଧା ଓ ମାଇଗ୍ରେନରେ କଫି ପିଇଲେ ଉପଷମ ମିଳିବ ବୋଲି କେହି କେହି ବିଶ୍ୱାସ କରନ୍ତି । ଏନେଇ ଡାକ୍ତର କହନ୍ତି-ମାଇଗ୍ରେନ ସମସ୍ୟା କଫି ଦୂର କରେ ବୋଲି ଯେଉଁ ଧାରଣା ରହିଛି, ତାହା ଭୁଲ ହୋଇପାରେ । କାରଣ ଏହା ସମସ୍ୟାକୁ ଆହୁରି ବଢାଇପାରେ । ତେବେ ଯନ୍ତ୍ରଣାର ମାତ୍ରା ଓ କ୍ୟାଫିନ ପ୍ରତି ବ୍ୟକ୍ତିର ସମ୍ବଦନଶୀଳତା ଉପରେ ଏହା ନିର୍ଭର କରେ । ତେଣୁ ଏହିଭଳି ପୁରୁଣା ଯନ୍ତ୍ରଣାର ସମାଧାନ କଫି ହୋଇନପାରେ । ମସ୍ତିଷ୍କର କିଛି ନିଦ୍ଧିଷ୍ଟ ରକ୍ତ ଧମନୀ ଫୁଲିଗଲେ ମୁଣ୍ଡବିନ୍ଧା ହୁଏ । କଫିରେ ଥିବା କ୍ୟାଫିନ ସେହି ରକ୍ତ ଧମନୀର ଫୁଲା କମାଇବାକୁ ବାଧ୍ୟ କରେ ଏବଂ ସେଇ ଆଖପାଖ କ୍ଷେତ୍ରର ମାଂସପେଶୀକୁ ଆରମ ଦିଏ । ଏ ଭଳି ଯନ୍ତ୍ରଣା ଦୂର କରିବାରେ କଫିକୁ ଉତମ ଔଷଧ ବୋଲି କୁହାଯାଇପାରେ । କିନ୍ତୁ ଉଚ୍ଚ ମାତ୍ରାରେ କ୍ୟାଫିନ ସେବନ କରୁଥିଲେ ସେହି ମାଂସପେଶୀଗୁଡିକ ପ୍ରଭାବିତ ହେବ, ଫଳରେ ଯନ୍ତ୍ରଣା ବଢିଯିବ । ତେଣୁ ମନେରଖିବା ଉଚିତ ଉଚିତ ଯେ ସମସ୍ତଙ୍କ ଉପରେ କ୍ୟାଫିନ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ । ତେଣୁ ମୁଣ୍ଡବିନ୍ଧା ଓ ମାଇଗ୍ରେନ ଯନ୍ତ୍ରଣା ସମାଧାନ ପାଇଁ ଏହାକୁ ବ୍ୟବହାର କରିବା ନିରାପଦ ନୁହେଁ । ଏହାଛଡା ଦିନରେ ଆପଣ କେତେ କପ କଫି ପିଉଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂଣ୍ଣ । ଦୈନିକ୧-୨ କପ କଫି ପିଇବା ଭଲ । କିନ୍ତୁ ତାଠୁ ଅଡଧିକ ହେଲେ ମାଇଗ୍ରେନ ସମସ୍ୟା ବଢିପାରେ । ଯଦି ଆପଣଙ୍କର ମାଇଗ୍ରେନ ଅଛି, ତେବେ କ୍ୟାଫିନଯୁକ୍ତ ପାନୀୟ କେବେ ପିଅନ୍ତୁନାହିଁ । କଫିଠାରୁ ଏଗୁଡିକ ଅଧିକ ଖରାପ ।