ବିଜେପି ପ୍ରାର୍ଥୀଙ୍କ ନାଁରେ ମାମଲା

ବିଜେପି ପ୍ରାର୍ଥୀଙ୍କ ନାଁରେ ମାମଲା

ବିଜେପି ପ୍ରାର୍ଥୀଙ୍କ ନାଁରେ ମାମଲା
ଭୁବନେଶ୍ୱର : ପୁଣି ପୁରୀ ରାଜନୀତି ସରଗରମ ହୋଇଯାଇଛି । ପ୍ରଦୀପ ମହାରଥୀଙ୍କ ପରେ ଆଉ ଜଣେ ନେତାଙ୍କ ଉପରେ ଚଡ଼କ ପଡ଼ିଛି । ଇଭିଏମ ଭାଙ୍ଗିବା ଘଟଣାରେ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରିଜାଇଡ଼ିଂ ଅଫିସରଙ୍କ ଏତଲା ଆଧାରେ ମାମଲା ହୋଇଛି । ଫଳରେ ଓମ ପ୍ରକାଶ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ, ପୂର୍ବରୁ ଫ୍ଲାଇଂ ସ୍କ୍ୱାଡର଼୍ ଉପରେ ଆକ୍ରମଣ ଅଭିଯୋଗରେ ପିପିଲିର ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହୋଇଥିଲେ । ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ, ଦିବ୍ୟସିଂହପୁର ପଂଚାୟତ, ବୀରକିଶୋରପୁର ଗ୍ରାମର ୭୮ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିଲା । ପୁଲିଂରେ ତ୍ରୁଟି ଥିବା ଦର୍ଶାଇ ନିଜେ ବିଜେପିର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ଓ ତାଙ୍କ ସହଯୋଗୀମାନେ ଏଭଳି କାଣ୍ଡ ଘଟାଇଥିଲେ । ଇଭିଏମ ଭଙ୍ଗାରୁଜା ପରେ ଏହି ବୁଥରେ ମତଦାନ ହୋଇପାରିନାହିଁ ।