ସନତ ଗଡତିଆ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ

ସନତ ଗଡତିଆ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ

ସନତ ଗଡତିଆ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ
ଭୁବନେଶ୍ୱର:ବିଜେଡି ଓ କଂଗ୍ରେସ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ତେବେ ଆଜି ଭାରତୀୟ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡିରୁ ରୀତା ସାହୁ ଓ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସନତ ଗଡତିଆ । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ସନତ ଗଡତିଆ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ନବୀନଙ୍କ ବିରୋଧରେ ଲଢିବା ସତ୍ୱେ ମଧ୍ୟ ସେ ୫୦ ହଜାରରୁ ଉର୍ଦ୍ଧ ଭୋଟ ପାଇଥିଲେ । ଫଳରେ ଚଳିତ ଉପନିର୍ବାଚନ ମଧ୍ୟ ବିଜେପି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା । ବିଜେପି ପ୍ରାର୍ଥୀ କିଏ ହେବ ? ତାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ସନତ ଗଡତିଆ ନାମାଙ୍କନ ପତ୍ର କିଣି ସାରିଥିଲେ । ଫଳରେ ତାଙ୍କୁ ପ୍ରାର୍ଥୀ କରାଯିବାକୁ ଦଳ ପକ୍ଷରୁ ପୂର୍ବରୁ ସବୁଜ ସଂକେତ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନାମଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ବୋଧ ହୁଏ ବିଜେଡିର ଦବଦବା ରହି ଥିବାରୁ ସେଠାରୁ ପୁଣି ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେପି ନିଷ୍ପତି ନେଇଛି ।