ମନି ପ୍ଲାଣ୍ଟ ଗଛକୁ ଠିକ ସ୍ଥାନରେ ନରଖିଲେ ହେବ ଅଶାନ୍ତି

ମନି ପ୍ଲାଣ୍ଟ ଗଛକୁ ଠିକ ସ୍ଥାନରେ ନରଖିଲେ ହେବ ଅଶାନ୍ତି

ମନି ପ୍ଲାଣ୍ଟ ଗଛକୁ ଠିକ ସ୍ଥାନରେ ନରଖିଲେ ହେବ ଅଶାନ୍ତି
ଘରେ ମନି ପ୍ଲାଣ୍ଟ ଗଛ ଲଗାଇଲେ ସକରାତ୍ମକ ଶକ୍ତି ଆସେ, ଧନ ବଢ଼େ ବୋଲି କୁହାଯାଏ। ହଁ ଏହି କଥା ସତ। ମାତ୍ର ଏହି ମନି ପ୍ଲାଣ୍ଟ ଗଛକୁ ଯଦି ଠିକ ସ୍ଥାନରେ ନ ରଖାଯାଏ ତେବେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ପରସ୍ପର ମଧ୍ୟରେ କଳି ଝଗଡ଼ା ଲାଗି ରହେ। ଘରେ ମନି ପ୍ଲାଣ୍ଟ ଗଛକୁ ଲଗାଇବା ପୂର୍ବରୁ କିଛି କଥା ମନେ ରଖନ୍ତୁ, କେବେ ବି ମନି ପ୍ଲାଣ୍ଟ ଗଛକୁ ବାହାରେ ଲଗାଇବେ ନାହିଁ, ଖରା ଠାରୁ ଗଛକୁ ଦୂରେଇ ରଖନ୍ତୁ, ଗଛର ପତ୍ରକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ, ସବୁବେଳେ ପାଣି ଦିଅନ୍ତୁ। ଏହା କରିପାରିଲେ ଘରେ ଶାନ୍ତି ବଜାୟ ରହିବ। ବାସ୍ତୁ ଶାସ୍ତ୍ର ଅନୁସାରେ, ମନି ପ୍ଲାଣ୍ଟକୁ କେବଳ ଦକ୍ଷିଣ ପୂର୍ବ ଦିଗରେ ରଖିବେ। ଦକ୍ଷିଣ ପୂର୍ବ ଦିଗରେ ଭଗବାନ ଗଣେଶ ବାସ କରିଥାନ୍ତି। ଫଳରେ ଏହି ସ୍ଥାନରେ ରଖିଲେ ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ। ଉତର ପୂର୍ବ ସ୍ଥାନରେ ରଖିଲେ ନକରାତ୍ମକ ଶକ୍ତି ଆସେ। ମନି ପ୍ଲାଣ୍ଟ ଗଛକୁ କେବେ ବି ଘର ବାହାରେ ଲଗାଇବେ ନାହିଁ। ଗଛକୁ ପତ୍ରକୁ କେବେ ବି ଶୁଖିବାକୁ ଦିଅନ୍ତୁ ନାହିଁ। ଏଥିରେ ସବୁବେଳେ ପାଣି ଦେବା ଦରକାର। ଯଦି ଗଛର ପତ୍ର ହାଲକା ହଳଦିଆ ଦେଖାଯିବ ତେବେ ଶୀଘ୍ର ବାହାର କରିଦିଅନ୍ତୁ। କୁହାଯାଏ କି, ଗଛର ପତ୍ର ସବୁବେଳେ ଉପର ମୁହାଁ ହୋଇ ବଢ଼ିବା ଦରକାର। ତଳ ମୁହାଁ ତଥା ମାଟିକୁ ଛୁଇଁବା ଭଲ ନୁହେଁ। ସେଥିପାଇଁ ଗଛକୁ ଲଗାଇବା ସମୟରେ ଏକ ବାଡ଼ି ଦେଇ ଗଛକୁ ହାଲୁକା ଭାବେ ବାନ୍ଧି ଦିଅନ୍ତୁ। ଯାହା ଦ୍ବାରା ଉପର ମୁହାଁ ହୋଇ ବଢ଼ିବ। ଧ୍ୟାନ ଦେବେ ଗଛର ପତ୍ର ଯେତେ ପରିମାଣରେ ସବୁଜ ହେବ ସେହି ପରିମାଣରେ ଧନ ବଢ଼ିବ ବୋଲି କୁହାଯାଏ।