କେଉଁସ୍ଥାନରେ ତିଳ ରହିଲେ ଧନୀ ହେବେ
କେଉଁସ୍ଥାନରେ ତିଳ ରହିଲେ ଧନୀ ହେବେ
admin
Jun 13, 2019 - 11:31
Updated: Jun 13, 2019 - 11:31
ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କେଉଁଠି ନା କେଉଁଠି ତିଳ ଚିହ୍ନ ନିଶ୍ଚୟ ଥିବ । କିନ୍ତୁ ଶରୀରର କେତୋଟି ନିର୍ଦ୍ଧିଷ୍ଟ ସ୍ଥାନରେ ତିଳ ଚିହ୍ନ ରହିଲେ ଶୁଭ ସଂକେତ ମିଳିଥାଏ ବୋଲି ଜ୍ୟୋତିର୍ବିଦମାନେ କହିଥାନ୍ତି ।
ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀର କେଉଁ ସ୍ଥାନରେ ତିଳ ଚିହ୍ନ ରହିଲେ ମଣିଷ ଧନୀ ହୋଇଥାଏ ।
୧- ଡାହାଣ ଗାଲରେ ତିଳ ଚିହ୍ନ ରହିବା ଧନୀ ହେବାର ଲକ୍ଷଣ । ଯେଉଁ ପୁରୁଷ କିମ୍ବା ମହିଳାଙ୍କ ଡାହାଣ ଗାଲରେ ତିଳ ଚିହ୍ନ ଥିବ, ସେମାନେ ଖୁବ ପରିଶ୍ରମୀ ହେବା ସହିତ ଧନୀ ବି ହୋଇଥାନ୍ତି ।
୨-ଅନେକ ବ୍ୟକ୍ତିଙ୍କ ଓଠରେ ତିଳ ଚିହ୍ନ ରହିଥାଏ । ସେମାନେ ଖୁବ ଆକର୍ଷଣୀୟ ହେବା ସହିତ ଧନବାନ ବି ହୋଇଥାନ୍ତି । କିନ୍ତୁ ସେମାନେ ଟିକେ ଜିଦିଆ ସ୍ୱଭାବର ହୋଇଥାନ୍ତି ।
୩- ଯେଉଁମାନଙ୍କ ନାକ ଉପରିଭାଗରେ କିମ୍ବା ତଳିପାରେ ଚିହ୍ନ ରହିଥାଏ, ସେମାନେ ଧନୀ ହେବା ସହିତ ଅଧିକ ଭ୍ରମଣ କରିବାକୁ ଭଲ ପାଆନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତି ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି ।
୪- ଯେଉଁମାନଙ୍କ ଅଣ୍ଟାରେ ତିଳ ଚିହ୍ନ ରହିଥାଏ, ସେମାନଙ୍କର ଧନ ସମ୍ପତ୍ତି ଅଭାବ ନଥାଏ । କିନ୍ତୁ ତଥାପି ସେମାନେ ସବୁବେଳେ ଦୁଃଖ ଓ ଅଶାନ୍ତିରେ ରହିଥାନ୍ତି ।
୫- ବାମପଟ ଗାଲର କାନମୂଳରେ ଯେଉଁମାନଙ୍କର ତିଳ ଚିହ୍ନ ଥାଏ ସେମାନେ କମ ବୟସରେ ଅଧିକ ଉପାର୍ଜନ କରନ୍ତି । ସେମାନେ ଖୁବ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।
୬- ଡାହାଣ ପଟ ଛାତିତଳେ ତିଳ ଚିହ୍ନ ଥିବା ବ୍ୟକ୍ତି ଧନବାନ ଓ ସୁଖୀ ହୋଇଥାନ୍ତି ।