‘ଓଁ’ ଜପକଲେ କ’ଣ ଫଳ ମିଳେ

‘ଓଁ’ ଜପକଲେ କ’ଣ ଫଳ ମିଳେ

‘ଓଁ’ ଜପକଲେ କ’ଣ ଫଳ ମିଳେ
‘ଓଁ’ ସନାତନ ହିନ୍ଦୁଧର୍ମର ପ୍ରତୀକ । ଏହା ମଙ୍ଗଳର ଆବାହନୀ ଏବଂ ସମସ୍ତ ଅନିଷ୍ଠ, ଅମଙ୍ଗଳର ବିନାଶକ । ଧାର୍ମିକ କ୍ଷେତ୍ରରେ ଓଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ସ୍ୱରୂପା ଲକ୍ଷ୍ମୀ ତଥା ବିଘ୍ନ ବିନାଶକ ଗଣପତିଙ୍କର ସଂଯୁକ୍ତ ଶୁଭ ସ୍ୱରୂପ । ଏହାର ଉଚ୍ଚାରଣ ମାତ୍ରେ ମାନସିକ ଚେତନା ଜାଗ୍ରତ ହୋଇଥାଏ । ଶକ୍ତି, ଶାନ୍ତି, ଏକାଗ୍ରତାର ପ୍ରତୀକ । ଓଁର ଅର୍ତ ସର୍ବକାର୍ଯେଷୁ ସର୍ବଦା । ମନ୍ତ୍ରର ଆଦ୍ୟ ଉଚ୍ଚାରଣ ଓଁ ପୂଜାସ୍ଥଳରେ, ଯାନରେ, ଘରର ମୁଖ୍ୟ ଦ୍ୱାରରେ ଓଁ ଚିତ୍ର ଲଗାଇଲେ ଉପକାର ମିଳେ । ମାନସିକ ଶାନ୍ତି ମିଳେ ଶାରୀରିକ ବିକାଶ ସାଧିତ ହୋଇଥାଏ । ଓଁ ଉଚ୍ଚାରଣରେ ସମସ୍ତ ପାପ ନାଶଯାଏ । ଧାତୁ ନିର୍ମିତ ଓଁକୁ ଏକ ଲାଲସୂତାରେ ବାନ୍ଧି ଏହାର ତଳେ ଘଣ୍ଟି ଲଗାଇ ରଖିଲେ ସର୍ବଶୁଭ ଲାଭ ହୋଇଥାଏ । ସର୍ବଦା ପାଖରେ ଓଁ ରଖିଲେ ଏବଂ ଉଚ୍ଚାରଣ କଲେ ପ୍ରତିଟି କାର୍ଯ୍ୟ ବିନା ବାଧାରେ ହୋଇଥାଏ ।