ଗଣେଶ୍ୱର ମିଶ୍ରଙ୍କ ନବମ ଶ୍ରାଦ୍ଧବାର୍ଷିକୀ

ଗଣେଶ୍ୱର ମିଶ୍ରଙ୍କ ନବମ ଶ୍ରାଦ୍ଧବାର୍ଷିକୀ

ବରିଷ୍ଠ ଲେଖକ ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପୁରୀ ଅର୍ଣ୍ନପୂର୍ଣ୍ନା ରଙ୍ଗମଞ୍ଚରେ ପାଳନ ହୋଇଛି। ସତୀର୍ଥ ପରିବାର ତରଫରୁ ଆୟୋଜିତ ସ୍ୱର୍ଗତଃ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ବିଶେଷକରି ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ପୁରୀରେ ଜନ୍ମଲାଭ କରିଥିବାରୁ  ପୁରୀ ନହର ଗଳିର ବିଭିନ୍ନ ଚରିତ୍ରକୁ ନେଇ ନାଟକ ସକାଳର ମୁହଁ ମଞ୍ଚସ୍ତ ହୋଇଥିଲା। ଅନୁଷ୍ଠିତ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ  ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବରିଷ୍ଠ ଅନୁଵାଦ ଓ ସୁସାହିତ୍ୟିକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ରଚିତ ସକାଳର ମୁହଁ ଉପନ୍ୟାସକୁ ନାଟକ ମାଧ୍ୟମରେ କଳାକାର ମାନେ ମଞ୍ଚରେ ପରିବେଷଣ କରିଥିଲେ। ପୁରୀ ନହର ଗଳିରେ ଚକ୍ଷୁହୀନ ପିଲାର କାହାଣୀକୁ ନେଇ ମଞ୍ଚସ୍ତ ସକାଳର ମୁହଁ ନାଟକକୁ ଉପସ୍ଥିତ ଦର୍ଶକମାନେ  ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ସ୍ୱର୍ଗତଃ ମିଶ୍ରଙ୍କ ହିନ୍ଦୀରେ ଅନୁବାଦ ଏକ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ସ୍ୱର୍ଗତଃ ମିଶ୍ରଙ୍କ ସୁପୁତ୍ର ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ଉଦ୍ୟମରେ ତାଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପୁରୀ ଅର୍ଣ୍ନପୂର୍ଣ୍ନା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା। ତେବେ ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ପୁରୀର ତଥା ଓଡିଶାର ଜଣେ ସୁନାମଧନ୍ୟ ଲେଖକ ଭାବେ ପ୍ରଖ୍ୟାତ ଲାଭ କରିଥିବା ବେଳେ ସରକାରୀ ସ୍ତରରେ ତାଙ୍କ ଶ୍ରାଦ୍ଧବାର୍ଷିକୀକୁ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି  ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତେବେ ପ୍ରାୟ ଦେଢ ଘଣ୍ଟାର ନାଟକ ସକାଳର ମୁହଁକୁ ଉପସ୍ଥିତ ଦର୍ଶକ ମାନେ ମଞ୍ଚ ଉପରେ ଦେଖି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।