ନିର୍ବାଚନୀ ହିଂସା: ୯ ବିଜେପି କର୍ମୀ ଆହତ
ନିର୍ବାଚନୀ ହିଂସା: ୯ ବିଜେପି କର୍ମୀ ଆହତ
admin
Apr 17, 2019 - 10:01
Updated: Apr 17, 2019 - 10:01
ଭୁବନେଶ୍ବର : ଭୁବନେଶ୍ବରର ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଫଳରେ ୯ଜଣ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆକ୍ରମଣରେ ଭୁବନେଶ୍ବର ଜିଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢୀ ଗୁରୁତର ଥିବା ସୂଚନା ମିଳିଛି। ଏନେଇ ବିଜେପି କର୍ମୀମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ବିଜେଡି ପକ୍ଷରୁ ଆକ୍ରମଣ କରାଯାଇଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଯାଇଛି। ଗତ ରବିବାର ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।