ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି

 ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୮ ତାରିଖ ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୪ ଲୋକ ସଭା ଆସନ ଯଥା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର ଓ ଆସ୍କା ସହ ଏହା ଅଧୀନସ୍ଥ ୩୫ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୩୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏମାନଙ୍କ ମଧ୍ୟରେ ୩୦ ପୁରୁଷ ଓ ୫ ମହିଳା ପ୍ରାର୍ଥୀ ଅଛନ୍ତି। ବିଧାନସଭା ନିର୍ବାଚନରେ ୨୪୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଅଂଶଗ୍ରହଣ କରିବେ ପ୍ରାୟ ୭୬ ଲକ୍ଷ ୯୩ ହଜାର୧ ସହ ୨୩ ମତଦାତା । ଏମାନଙ୍କ ମଧ୍ୟରେ ୨୧୯ ପୁରୁଷ ଓ ୨୫ ମହିଳା ପ୍ରାର୍ଥୀ ଅଛନ୍ତି।ମତଦାତାଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର ୨୫, ମହିଳା ମତଦାତାଙ୍କ ସଂଖ୍ୟା ୩୭ ଲକ୍ଷ ୪୭ ହଜାର ୪ ଶହ ୯୩ । ଏହାସହ ତୃତୀୟ ଲିଙ୍ଗ ମତଦାତାଙ୍କ ସଂଖ୍ୟା ୬ଶହ୫ । ତେବେ ଏମାନଙ୍କ ଭିତରେ ୧ ଲକ୍ଷ ୮ ହଜାର ୪ ଶହ ୫୮ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସେହିପରି ଆସନ୍ତାକାଲିର ମତଦାନ ଲାଗି ୯ ହଜାର ୧ ଶହ ୧୭ ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି । ତେବେ ସେମାନଙ୍କୁ ସହାୟତା କରିବାକୁ ୧୭ ହଜାର ୮ ଶହ ୮୨ ସ୍ବେଚ୍ଛାସେବୀ ରହିଛନ୍ତି । ଏହି ନିର୍ବାଚନ ପରିଚାଳନା ଲାଗି ନିୟୋଜିତ ହୋଇଛନ୍ତି ପ୍ରାୟ ୬୦ ହଜାର ପୋଲିଂ ଅଧିକାରୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି ।