୨୦୧୯ ସାଧାରଣ ବଜେଟ୍

୨୦୧୯ ସାଧାରଣ ବଜେଟ୍

୨୦୧୯ ସାଧାରଣ ବଜେଟ୍
ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ଣ୍ଣାଙ୍ଗ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରଖାଯାଇଛି । ଫୋନି ବ୍ୟାତା ପାଇଁ ଓଡିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ମହିଳାଙ୍କୁ ସଶକ୍ତିକରଣ ଆମ ସରକାରର ମୂଳ ମନ୍ତ୍ର ରହିଛି । ଆଗାମୀ ବର୍ଷ ସଂପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ପୁସ୍ତକ ପାଇଁ ବ୍ୟବସ୍ଥା ହେବ । ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୮.୩% ହେବାକୁ ଲକ୍ଷ୍ୟ ରଖାଯାଇଛି ।ଏଥର ରାଜ୍ୟ ବଜେଟର ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି । ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ଅଟକଳ ୫୭,୩୫୦ କୋଟି, ସରକାରୀ କର୍ମଚାରୀଙ୍କ ଦରମା ଖର୍ଚ୍ଚ ୨୫,୫୦୦ କୋଟି ଟଙ୍କା, ସୁଧ ପରିଶୋଧ ପାଇଁ ୧୩,୩୦୦ କୋଟି, କାର୍ଯ୍ୟକ୍ରମ ପରିଚାଳନା ବ୍ୟୟ ଅଟକଳ ୭୬,୬୦୦ କୋଟି ରହିଛି । ମୁଖ୍ୟାଂଶ ପୂର୍ଣ୍ଣାଙ୍ଗ ବଜେଟର ବ୍ୟୟ ଅଟକଳ- ୧ଲକ୍ଷ ୩୯ ହଜାର କୋଟି ଟଙ୍କା -ପ୍ରଶାସନିକ ବ୍ୟୟ ଅଟକଳ ପାଇଁ ୫୭ ହଜାର ୩୫୦ କୋଟି -ଦରମା ପାଇଁ ୨୫ ହଜାର ୫୦୦ କୋଟି -ସୁଧ ପାଇଁ ୧୩ ହଜାର ୩୦୦ କୋଟି ଟଙ୍କା -ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୬୦୦ କୋଟି ଟଙ୍କା -କାର୍ଯ୍ୟକ୍ରମ ପାଇଁ ୭୪ ହଜାର ୬୦୦ କୋଟି ଟଙ୍କା -ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ଟଙ୍କା -କୃଷି ବଜେଟ୍ ଅଟକଳ ପାଇଁ ୨୦ ହଜାର ୭୧୪ କୋଟି -କାଳିଆ ପାଇଁ ମୋଟ ୫୬୧୧ କୋଟି -ପ୍ରଧାନମନ୍ତ୍ରୀ କୃଷି ସିଂଚାର ପାଇଁ ୨୧୮ କୋଟି -ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି -ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି -ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯,୪୯୨ କୋଟି -ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି -ଅନୁସୂଚିତ ଜାତି ଛାତ୍ରୀ ନିବାସ ପାଇଁ ୨୨୭ କୋଟି -ଉଚ୍ଚ ଶିକ୍ଷା ଅନୁଷ୍ଠାନର ଭିତିଭୂମି ପାଇଁ ୧୫୦ କୋଟି -ମେଧାବୀ ବୃତି ପାଇଁ ୬୩ କୋଟି -ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି -ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି -ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି -ଫୋନି ପ୍ରଭାବିତ ୫ ଲକ୍ଷ ପକ୍କା ଘର ପାଇଁ ୪୮୨୦ କୋଟି -ମମତା ଯୋଜନା ପାଇଁ ୩୦୫ କୋଟି -ମିଶନ ଶକ୍ତି ପାଇଁ ୩୦୧ କୋଟି -ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୩୦ କୋଟି -ଗ୍ରାମାଂଚଳରେ ସହରାଂଚଳ ସୁବିଧା ଦେବା ପାଇଁ ୮୦ କୋଟି -ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି -କିନ୍ନର,ନିଷ୍ପେସିତ, ଭିକ୍ଷୁକ ବର୍ଗର ଥଇଥାନ ପାଇଁ ୩୧୪୭ କୋଟି -ଭୁବନେଶ୍ୱର ଓ ରାଉଲକେଲା ସ୍ମାର୍ଟସିଟି ପାଇଁ ୪୦୦ କୋଟି -ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୦୧ କୋଟି -ବିଜୁ ସେତୁ ଯୋଜନାରେ ୧୮୧ଟି ସେତୁ ପାଇଁ ୫୦୧ କୋଟି -ପୁରୁଣା ରେଳ ପ୍ରକଳ୍ପ ସମାପନ ପାଇଁ ୧୦ କୋଟି -ପୋଲିସ ବାରାଜ ନିର୍ମାଣ ଓ ସରଞ୍ଜାମ ପାଇଁ ୭୦୧ -ଏମଏସଏମଇ ପାଇଁ ୧୯୨ କୋଟି -ବ୍ୟାପକ ବନୀକରଣ ପାଇଁ ୧୯୦୨ କୋଟି -ଗ୍ରୀନ ମହାନଦୀ ମିଶନ ପାଇଁ ୫୧ କୋଟି -ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୯୪ କୋଟି -ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ୧୧ କୋଟି -ଯୋଜନା ଓ ସଂଯୋଜନା ବିଭାଗ ପାଇଁ ୧୦୯୪ କୋଟି -୯ଟି ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ପାଇଁ ୧୭୬ କୋଟି -ବିଜୁ କେବିକେ ଯୋଜନା ପାଇଁ୧୨୦ କୋଟି