କେନ୍ଦୁଝର: ନିର୍ବଚନ ମଇଦାନରେ୬୩ ପ୍ରାର୍ଥୀ, ମହିଳା ପ୍ରାର୍ଥୀ ମାତ୍ର ୩ଜଣ
କେନ୍ଦୁଝର: ନିର୍ବଚନ ମଇଦାନରେ୬୩ ପ୍ରାର୍ଥୀ, ମହିଳା ପ୍ରାର୍ଥୀ ମାତ୍ର ୩ଜଣ
admin
Apr 17, 2019 - 09:50
Updated: Apr 17, 2019 - 09:50
କେନ୍ଦୁଝର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇିଁ କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ପ୍ରାର୍ଥୀ ମାନେ ଭୋଟରମାନଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିବା ଲାଗି ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଏଥର କେନ୍ଦୁଝର ନିର୍ବାଚନ ମଇଦାନରେ ସର୍ବମୋଟ ୬୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ସେ ମଧ୍ୟରେ ରହିଛନ୍ତି ମାତ୍ର ୩ ଜଣ ମହିଳା ପ୍ରର୍ଥୀ । ସେ ମଧ୍ୟରେ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁଜନ ସମାଜ ପାର୍ଟିର ଶାନ୍ତିଲତା କାରୁଆ ରହିଥିବା ବେଳେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ଓ କେନ୍ଦୁଝର ଲୋକସଭା ଆସନରେ ବିଡେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ରହିଛନ୍ତି । ଚଳିତ ନିର୍ବାଚନରେ କେବଳ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବ୍ୟତିତ ଅନ୍ୟ ସମସ୍ତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୧୧ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।
କେନ୍ଦୁଝର ଲୋକସଭା ଆସନରେ ୮ଜଣ ପ୍ରାର୍ଥୀ ରହିଥିବାବେଳେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ସର୍ବାଧିକ ୧୬ ଜଣ ପ୍ରାର୍ଥୀ ରହିଛନ୍ତି । କେନ୍ଦୁଝର ଲୋକସଭା ଆସନ ପାଇିଁ ବିଜେପିର ଅନନ୍ତ ନାଏକ, ବିଜେଡିରୁ ଚନ୍ଦ୍ରାଣୀ ମୁର୍ମୁ ଜାତୀୟ କଂଗ୍ରେସରୁ ମୋହନ ହେମ୍ରମ ଲଢୁଥିବା ବେଳେ ବହୁଜନ ସମାଜପାର୍ଟି, ଅଲ ଇଣ୍ଡିଆ ଫରଓ୍ୟାର୍ଡ ବ୍ଳକ ,ବହୁଜନ ମୁକ୍ତି ପାର୍ଟି, ରାଷ୍ରିୟ ସ୍ୱାଧୀନ ମୋର୍ଚ୍ଚା, ଅଖିଳ ଭାରତୀ ହିନ୍ଦୁ ମହାସଭା ପକ୍ଷରୁ ପ୍ରାର୍ଥୀମାନେ ମଧ୍ୟ ରହିଛନ୍ତି । ଅନୁରୂପ ଭାବେ ଆଦିବାସୀ ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୭ ଜଣ ପ୍ରାର୍ଥୀ ନର୍ବାଚନ ଲଢୁଥିବାବେଳେ ସେ ମଧ୍ୟରେ ଭାରତୀୟ ଜନତା ପାର୍ଟି, ଜାତୀୟ କଂଗ୍ରେସ ଓ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ବ୍ୟତୀତ ବହୁଜନ ସମାଜ ପାର୍ଟି, ଅଲ ଇଣ୍ଡିଆ ଫରଓ୍ୟାର୍ଡ ବ୍ଳକ , ବହୁଜନ ମୁକ୍ତି ପାର୍ଟି, ହିନ୍ଦୁସ୍ଥାନ ନିର୍ମାଣ ଦଳ ରହିଛନ୍ତି । ଚର୍ଚ୍ଚିତ ଅଣସଂରକ୍ଷିତ ଘଷିପୁରା ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ହିନ୍ଦୁସ୍ତାନ ନିର୍ମାଣ ଦଳ, କଳିଙ୍ଗ ସେନା, ଅଲ ଇଣ୍ଡିଆ ଫରଓ୍ୟାର୍ଡ ବ୍ଳକର ପ୍ରାର୍ଥୀ ରହିଛନ୍ତି । ଏଠାରେ ଦୁଇ ହେଭିେଓ୍ୟଟ ନେତା ପିସିସି ସଭାପତି ନିରଞନ ପଟ୍ଟନାୟକ ଓ ମନ୍ତ୍ରୀ ବଦ୍ରୀ ପାତ୍ର ଙ୍କ ମଧ୍ୟରେ ଟକ୍କର ହେଉଥିବା ବେଳେ ପୃଥୀରାଜ କୁଅଁର ବିଜେପିର ପ୍ରାର୍ଥୀ ରହିଛନ୍ତି । ଆନନ୍ଦପୁର(ଏସ୍.ସି.) ବିଧାନସଭା କ୍ଷେତ୍ର ରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ସହ ଟକ୍କର ଦେଉଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ତଥା ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଥିବା ତଥା ଚଳିତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭାବେ ଟିକେଟ ପାଇବା ପରେ ହଠାତ୍ ବିଜେଡି ଦଳରେ ସାମିଲ ହୋଇ ଟିକେଟ ହାତେଇ ଥିବା ଭାଗିରଥୀ ସେଠୀ । ଏଠାରୁ ବିଜେପି ଟିକଟରେ ଆଲୋକ ସେଠୀ ନିର୍ବାଚନ ଲଢୁଛନ୍ତି । ଏଠାରେ ବହୁଜନ ମୁକ୍ତି ପାର୍ଟିରୁ ମହିଳା ପ୍ରାର୍ଥୀ ଶାନ୍ତିଲତା କରୁଆଙ୍କ ସହ ହିନ୍ଦୁସ୍ଥାନ ନିର୍ମାଣ ଦଳ, ସୋସିଆଲିଷ୍ଟ ୟୁନିଟ ସେଟଂର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ) ଅଲ ଇଣ୍ଡିଆ ଫରଓ୍ୟାର୍ଡ ବ୍ଳକ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ଆଦିବାସୀ ପ୍ରାର୍ଥୀଙ୍କ ପାଇିଁ ସଂରକ୍ଷିତ ପାଟଣା ବିଧାନସଭା ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ବିଜୁ ଜନତା ଦଳ, ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ବହୁଜନ ମୁକ୍ତି ପାର୍ଟି , ସୋସିଆଲିଷ୍ଟ ୟୁନିଟ ସେଟଂର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ) , ହିନ୍ଦୁସ୍ଥାନ ନିର୍ମାଣ ଦଳ ର ପ୍ରାର୍ଥୀମାନେ ରହିଛନ୍ତି । ଆଦିବାସୀ ପ୍ରାର୍ଥୀଙ୍କ ପାଇିଁ ସଂରକ୍ଷିତ କେନ୍ଦୁଝର ବିଧାନସଭା କ୍ଷେତ୍ରରେ ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଅଲ ଇଣ୍ଡିଆ ଫରଓ୍ୟାର୍ଡ ବ୍ଳକ ,ବହୁଜନ ମୁକ୍ତି ପାର୍ଟି , ବହୁଜନ ସମାଜ ପାର୍ଟି ନିର୍ବଚନ ଲଢୁଛନ୍ତି । ଏଠାରୁ ପୂର୍ବତନ ଉପମୁଖ୍ୟ ସଚେତକ ମୋହନ ମାଝୀ ଭାରତୀୟ ଜନତା ପାର୍ଟି ରୁ ପୂର୍ବତନ କଂଗ୍ରେସ ସାଂସଦ ମାଧବ ସର୍ଦ୍ଦାର ବିଜୁ ଜନତା ଦଳରୁ ଏବଂ ବିଦ୍ୟାଧର ଦେହୁରୀ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ବିଜେଡି ଟିକେଟ ଆଶାୟୀ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ଅଣସଂରକ୍ଷିତ ତଥା ଚର୍ଚ୍ଚିତ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ଙ୍କ ସମେତ ସର୍ବମୋଟ ୧୭ ଜଣ ପ୍ରାର୍ଥୀ ରହିଛନ୍ତି । ଏଠାରୁ ପ୍ରମୁଖ ଦଳ ତଥା ସନାତନ ମହାକୁଡଙ୍କ ମନୋନୀତ ମୀନାକ୍ଷୀ ମହାନ୍ତ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ରୁ ମୁରଲୀ ମନୋହର ଶର୍ମା ଏବଂ ଯଦୁମଣୀ ବାରିକ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।