ଜେଜେ ମାଆ ଦିବସ

ଜେଜେ ମାଆ ଦିବସ

ଜେଜେ ମାଆ ଦିବସ
ପ୍ରତିବର୍ଷ ଜୁଲାଇ ୨୩ ତାରିଖରେ ପାଳନ କରାଯାଉଛି ‘ଜେଜେମାଆ ଦିବସ’ । ଆମେରିକାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ଆଜିକାଲି ପଚାଶରୁ ଅଧିକ ଦେଶରେ ପାଳନ କରାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଜେଜେମାଆମାନଙ୍କର ହାରାହାରି ବୟସ ଅଠଚାଳିଶ ବର୍ଷ । ରୋମାନିଆର ତେଇଶ ବର୍ଷ ବୟସ୍କା ରିଫକା ଷ୍ଟାନେସକଚୁ ବିଶ୍ୱର ସର୍ବକନିଷ୍ଠା ଜେଜେମାଆ । ବିଶ୍ୱର ଅଣଷଠି ପ୍ରତିଶତ ଜେଜେମାଆ ନିଜର ନାତି ନାତୁଣୀଙ୍କ ଲାଳନପାଳନ ଭାରତ ଗ୍ରହଣ କରୁଥିବା ଏକ ସର୍ବେକ୍ଷଣରୁ ଜଣାଯାଏ । ଏମାନଙ୍କ ସଂଖ୍ୟା ଚାଇନାରେ ସର୍ବାଧିକ । ଯେଉଁ ଶିଶୁ ଯେତେ ଅଧିକ ସମୟ ଜେଜେମାଆ ତଥା ଜେଜେବାପାଙ୍କ ପାଖରେ ରହେ, ତାହାର ଭବିଷ୍ୟତ ସେତେ ଅଧିକ ସଫଳ ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେଉଥିବା ଏକ ସାମାଜିକ ଅଧ୍ୟୟନ ସୂତ୍ରରୁ ପ୍ରକାଶ । ୧୮୫୫ ଚେକ୍ ଲେଖିକା ବୋଜାଇନା ନିମକୋଭାଙ୍କ ଦ୍ୱାରା ରଚିତ ‘ବବିଚିକା’ ଉପନ୍ୟାସ, ଜେଜେ ମାଆ ଉପରେ ଆଧାରିତ । ଏହି ଉପନ୍ୟାସର ଇଂରେଜୀ ଅନୁବାଦର ନା ‘ଦ ଗ୍ରାଣ୍ଡମା’ । ପ୍ରସିଦ୍ଧ କାର୍ଟୁନସଟ୍ ଚାର୍ଲସ କୁହନ ୧୯୪୭ରେ ‘ଗ୍ରାଣ୍ଡମା’ ନାମକ କମ୍କଷ୍ଟ୍ରିପର ପ୍ରକାଶନ ଆରମ୍ଭ କରିଥିଲେ । ୧୯୬୯ ଓ ୨୦୧୫ ‘ଗ୍ରାଣ୍ଡମା’ ନାମରେ ଦୁଇଟି ଫିଲ୍ମ ତିଆରି ହୋଇଥିଲା ।