ପଣ୍ଡିତ ବେଶରେ ବିଦ୍ୟା ବାଲାନ

ପଣ୍ଡିତ ବେଶରେ ବିଦ୍ୟା ବାଲାନ

ପଣ୍ଡିତ ବେଶରେ ବିଦ୍ୟା ବାଲାନ
ଟିକ୍ ଟକ୍ ଭିଡିଓର ଲୋକପ୍ରିୟତା ବଢ଼ୁଥିବା ବେଳେ ଏଥିରେ ଯୋଡ଼ି ହୋଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ଏହି ଟିକ୍ଟକ ଭିଡିଓକୁ ସେ ନିଜ ଇନଷ୍ଟଗ୍ରାମରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବାଣ୍ଟିଛନ୍ତି । ଏକ ଲାଲ ରଙ୍ଗର ଶାଢ଼ୀ ସହ ତାଙ୍କ ମୁଣ୍ଡରେ ଓଢ଼ଣୀ ଥିବାର ଫଟୋ ଏହି ଭିଡିଓରେ ପ୍ରସାରିତ ହେଉଛି । ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ଭାବେ ତାଙ୍କ କଣ୍ଠରୁ ଶୁଭୁଛି ଶାସ୍ତ୍ର ଅନୁସାରେ ପ୍ରତି ଅବିବାହିତ ଝିଅଙ୍କ ମଧ୍ୟରେ ନଅ ଜଣ ଦେବୀ ବାସ କରନ୍ତି । କିନ୍ତୁ ବିବାହ ପରେ କେଉଁ ଦେବୀ ଅଧିକ ସକ୍ରିୟ ହେବେ, ତାହା କେବଳ ତାଙ୍କ ପତିଦେବଙ୍କ କର୍ମ ଉପରେ ନିର୍ଭର କରେ । ଏହି ଭିଡିଓକୁ ଅଢ଼େଇ ଲକ୍ଷରୁ ଦେଖିଲେଣି ।