ଜାଣନ୍ତୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍

ଜାଣନ୍ତୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍

ଜାଣନ୍ତୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍
କାର୍ବୋହାଇଡ୍ରେଟ୍ ଦ୍ୱାରା ଭରପୁର ଥିବା କାରଣରୁ ଲୋକଙ୍କୁ ଲାଗେ କି ରୁଟି ଖାଇବା ଦ୍ୱାରା ତାଙ୍କର ଓଜନ ବଢ଼େ ସେଥିପାଇଁ କାର୍ବୋହାଇଡ୍ରେଟ୍ କମାଇବା ଉଦ୍ଦେଶ୍ୟରେ ରୁଟି କମ୍ ଖାଆନ୍ତି । ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍ । ରୁଟିରେ କେବଳ କାର୍ବୋହାଇଡ୍ରେଟ୍ ନଥାଏ ବରଂ ପ୍ରୋଟିନ୍ ଓ ଫାଇବର ମଧ୍ୟ ଥାଏ । ଏବଂ ଏହା ଏମିିତି ଏକ ମହତ୍ୱପୂର୍ଣ୍ଣ ପୋଷକ ତତ୍ୱ ଯାହାର ସେବନ ଆପଣଙ୍କୁ ନିଶ୍ଚୟ କରିବା ଦରକାର ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଆମେ ୬ ଇଂଚର ଏକ ରୁଟି ର କଥା ହେବା ଯଦି ଏଥିରେ ପାଖାପାଖି ୧୫ ଗ୍ରାମ କାର୍ବୋହାଇଡ୍ରେଟ୍, ୩ ଗ୍ରାମ ପ୍ରୋଟିନ୍ ଓ ୦.୪ ଗ୍ରାମ ଫାଇବାର ଥାଏ । ଆପଣ ଯଦି ଓଜନ କମାଇବା ଡାଏଟ୍ ନେଉଛନ୍ତି ତେବେ ଗୋଟିଏ ଦିନରେ ଆପଣଙ୍କୁ ୨୫୦ ଗ୍ରାମ କାର୍ବସ୍ ନେବା ଉଚିତ୍, ଯେଉଁଥିରୁ ୭୫ ଗ୍ରାମ କାର୍ବସ୍ ଆପଣ ରୁଟିରୁ ନେବା ଉଚିତ୍ । ସେହି ହିସାବରେ ଆପଣ ଗୋଟିଏ ଦିନରେ ୫ ରୁଟି ଖାଇପାରିବେ । କିନ୍ତୁ ଏହା ଧ୍ୟାନରେ ରଖନ୍ତୁ କି ଅନ୍ୟ ଜିନିଷ ବି ଅଛି ଯେଉଁଥିରୁ ଆପଣଙ୍କ ଶରୀରକୁ କାର୍ବସ୍ ପହଂଚିପାରିବ ଓ ତାହା ହେଲା ଚିନି, କ୍ଷୀର ଓ ସୋଡା । ଓଜନ କମାଇବାର ସବୁଠାରୁ ସାମାନ୍ୟ ନିୟମ ହେଉଛି ଆପଣ କାର୍ବୋହାଇଡ୍ରେଟ୍ ଭଳି ରୁଟି ଯେତେ ସମ୍ଭବ ଦିନରେ ହିଁ ଖାଇବା ଉଚିତ୍ କିମ୍ବା ମଧ୍ୟାହ୍ନ ଭୋଜନ ବା ସନ୍ଧ୍ୟା ୪ଟା ପର୍ୟ୍ୟନ୍ତ ରୁଟି ଖାଇପାରିବେ । କିନ୍ତୁ ଏହାପରେ ରାତିରେ ଆପଣଙ୍କୁ କାର୍ବୋହାଇଡ୍ରେଟ୍ ର ସେବନ କମାଇଦେବା ଉଚିତ୍ ।