ଆରବସାଗରରେ ଆସୁଛି ବାତ୍ୟା

ଆରବସାଗରରେ ଆସୁଛି ବାତ୍ୟା

ଆରବସାଗରରେ ଆସୁଛି ବାତ୍ୟା
ନୂଆଦିଲ୍ଲୀ : ଭାରତକୁ ଆସୁଛି ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବସାଗରରେ ବାତ୍ୟା ଆସୁଛି । ମଇ ୧୪ ସକାଳ ସୁଦ୍ଧା ଲୋ ପ୍ରେସର ଏରିଆ ସୃଷ୍ଟି ହେବ । ୧୬ ତାରିଖରେ ଘୂର୍ଣ୍ଣିଝଡରେ ପରିଣତ ହେବା ସମ୍ଭାବନା ରହିଛି । ଏନେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ସମୟରେ ଆରବସାଗର ଅଶାନ୍ତ ରହିବ । ସମୁଦ୍ର ଭୁତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଭିତରକୁ ଯାଇଥିବା ମତ୍ସଜୀବୀ ୧୩ ସୁଦ୍ଧା ଫେରିଆସିବାକୁ କୁହାଯାଇଛି । ବାତ୍ୟା ସମୟରେ ସମୁଦ୍ର ଭିତରେ ରହିଲେ ନିଜ ଜୀବନ ପ୍ରତି ବିପଦ ରହିଛି ।