ଡୋନାଲ୍ଡ ଟ୍ରମ୍ପ ମିଛ କହିବାରେ ରେକର୍ଡ ସୃଷ୍ଟି କରିଛନ୍ତି
ଡୋନାଲ୍ଡ ଟ୍ରମ୍ପ ମିଛ କହିବାରେ ରେକର୍ଡ ସୃଷ୍ଟି କରିଛନ୍ତି
admin
Jul 25, 2019 - 11:06
Updated: Jul 25, 2019 - 11:06
ନୂଆଦିଲ୍ଲୀ: ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଛ କହିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଜଣେ ବ୍ୟକ୍ତି ଦୈନିକ ଯେତେଥର ହାତ ଧୋଇଥାଏ ତା ଠାରୁ ଅଧିକ ଯଥେଷ୍ଟ ଥର ଟ୍ରମ୍ପ ମିଛ କହିଥାନ୍ତି । ‘ୱାଶିଂଟନ ପୋଷ୍ଟ’ ଖବର କାଗଜରେ ରିପୋର୍ଟ ମୁତାବକ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ପ୍ରଥମ ୮୬୯ ଦିନରେ ୧୦୭୯୬ ଥର ମିଛ କହିଛନ୍ତି । ଟ୍ରମ୍ପ ପ୍ରତିଦିନ ହାରାହାରି ୧୨ରୁ ଅଧିକ ଥର ମିଛ କହୁଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ୱାସିଂଟନ ପୋଷ୍ଟ ଦାବି କରିଛି ଯେ ବିଦେଶ ଜାତି ସଂକ୍ରାନ୍ତରେ ରାଷ୍ଟ୍ରପତି ଟ୍ରମ୍ପ ଏ ପର୍ଯ୍ୟନ୍ତ ୯୯ ଏବଂ ବାଣିଜ୍ୟ କାରବାର ସଂକ୍ରାନ୍ତରେ ୮୫୪ ଥର ମିଛ କହିସାରିଛନ୍ତି । ଦେଶରେ ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପ ୭୯୦ ଥର ମିଛ କହିଥିବା ବେଳେ ଅନ୍ୟ ମାମଲାରେ ୮୯୯ ମିଛ କହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।
ଦୁଇ ଦିନ ତଳେ ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଆଲେଶଚନା ବେଳେ ଗଣମାଧ୍ୟମକୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କାଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛି ଏବଂ ମୋଦି ତାଙ୍କୁ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି । ଟ୍ରମ୍ପଙ୍କ ଏହି ମିଛ ଭାରତରେ ଝଡ଼ ସୃଷ୍ଟି କରିଛି ଏବଂ ଆମେରିକା ପ୍ରଶାସନକୁ ମଧ୍ୟ ଅଡୁଆରେ ପକାଇଛି । ଭାରତ ଟ୍ରମ୍ପଙ୍କ ମିଛ ବୟାନକୁ ଦୃଢ଼ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କୌଣସି ଆଲୋଚନା କରିନଥିବା ସ୍ପଷ୍ଟ କରିଛି ।