ଉର୍ମିଳାଙ୍କ ପ୍ରଚାର ବେଳେ କଂଗ୍ରେସ-ବିଜେପି କର୍ମୀ ସଂଘର୍ଷ

ଉର୍ମିଳାଙ୍କ ପ୍ରଚାର ବେଳେ କଂଗ୍ରେସ-ବିଜେପି କର୍ମୀ ସଂଘର୍ଷ

ଉର୍ମିଳାଙ୍କ ପ୍ରଚାର ବେଳେ କଂଗ୍ରେସ-ବିଜେପି କର୍ମୀ ସଂଘର୍ଷ
ମୁମ୍ବାଇ: କଂଗ୍ରେସ ଟିକେଟରେ ମୁମ୍ବାଇ ଉତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଲୋକପ୍ରିୟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି । ପୋଲିସର ସୁରକ୍ଷା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଉର୍ମିଳାଙ୍କ ବୋରିଭାଲି ଷ୍ଟେସନ ନିକଟରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥଲା ଏବଂ ମାଡପିଟ ମଧ୍ୟ ହୋଇଥିଲା । ବିଜେପି କର୍ମୀ ମାନେ ଉର୍ମିଳାଙ୍କ ନିର୍ବାଚନୀ ପ୍ରଚାର ସ୍ଥଳରେ ମୋଦୀ, ମୋଦୀ ସ୍ଲୋଗାନ ଦେଉଥିବାବେଳେ କଂଗ୍ରେସ କର୍ମୀ ମାନେ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା । ତେଣୁ ଉର୍ମିଳା ନିଜର ସୁରକ୍ଷା ଦୃଷ୍ଟିରୁ ପୋଲିସକୁ ଲୋଡିଛନ୍ତି । ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ସୂଚନାଯୋଗ୍ୟଯେ, ମୁମ୍ବାଇ ଉତର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟି ନିର୍ବାଚନ ଲଢ଼ୁଛନ୍ତି । ଏହି ଆସନରେ ଉର୍ମିଳା ଓ ଗୋପାଳଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଜଣାପଡିଛି ।