ଏଥର ବି ବଢ଼ିଲାନି କୋଇଲା ରୟାଲଟି

ଏଥର ବି ବଢ଼ିଲାନି କୋଇଲା ରୟାଲଟି

ଏଥର ବି ବଢ଼ିଲାନି କୋଇଲା ରୟାଲଟି
ନୂଆଦିଲ୍ଲୀ : ଆଜି ଦେଶର ପ୍ରମୁଖ ଖଣିଜ ପଦାର୍ଥର ରୟାଲିଟି ଦରରେ ସଂଶୋଧନ କରାଯାଇଛି । ନିଲାମ ଜରିଆରେ ଆବଣ୍ଟନ କରାଯାଇଥିବା ଖଣିରୁ ଉପôାଦିତ ହେଉଥିବା ଖଣିଜ ପଦାର୍ଥର ରୟାଲଟି ହ୍ରାସ କରାଯାଇଛି । ହେଲେ କୋଇଲା ରୟାଲଟି ବଢ଼ାଇବା ସମ୍ପର୍କରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଲୁହାପଥର ପାଇଁ ୧୩.୫ ପ୍ରତିଶତ ମୂଲ୍ୟଯୁକ୍ତ ଏବଂ ନିଲାମବିନା ଆବଣ୍ଟନ କରାଯାଇଥିବା ଖଣିର ରୟାଲଟି ଦର ୧୫% ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହି ହାର ୧୫% ଥିଲା । ସେହିପରି ବକ୍ସାଇଟ୍ ପାଇଁ ନିଲାମ ଜରିଆରେ ଆବଣ୍ଟନ ହୋଇଥିବା ଖଣି ଲାଗି ରୟାଲଟି ହାର ୨୫% ଏବଂ ବିନା ନିଲାମରେ ଆବଣ୍ଟନ କରାଯାଇଥିବା ଖଣି ପାଇଁ ୨୨.୫% ରହିଛି । କ୍ରୋମାଇଟର ରୟାଲଟି ନିଲାମ ହୋଇଥିବା ଖଣି ପାଇଁ ୧୩.୫% ଓ ବିନା ନିଲାମରେ ଆବଣ୍ଟନ କରାଯାଇଥିବା ଖଣି ଲାଗି ୧୫% ଧାର୍ଯ୍ୟ କରାଯାଇଛି । ସବୁ ପ୍ରକାର ମାଙ୍ଗାନିଜର ରୟାଲଟି ହାର ୪.୫ ଧାର୍ଯ୍ୟ କରାଯାଇଛି ।