କାଳବୈଶାଖୀ ତାଣ୍ଡବକୁ ନେଇ ଲଙ୍କାକାଣ୍ଡ

କାଳବୈଶାଖୀ ତାଣ୍ଡବକୁ ନେଇ ଲଙ୍କାକାଣ୍ଡ

କାଳବୈଶାଖୀ ତାଣ୍ଡବକୁ ନେଇ ଲଙ୍କାକାଣ୍ଡ
କଟକ: କାଳବୈଶାଖୀ ତାଣ୍ଡବରୁ ଲଙ୍କାକାଣ୍ଡ; ପୋଲିସ ଗାଡିକୁ ଆକ୍ରମଣ । ବାଲି ସାହି ଅଂଚଳରେ ୨ଟି ଟେଂଟ ଘର ଭାଙ୍ଗିବା ପରେ ଉତେଜନା ହୋଇଛି । କାଳବୈଶାଖୀରେ ଟେଂଟ ଘର ଭାଙ୍ଗି ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନିୟ ମେଡିକାଲରେ ଭର୍ତି କରାଯାଇଛି । ଟେଂଟ ଭିତରେ ରହିଥିବା କିଛି ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ବୁଝାସୁଝା କରିବାକୁ ଯାଇଥିବା ବେଳେ ପୋଲିସ ଗାଡିକୁ ଆକ୍ରମଣ କରାଯାଇଛି । ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପରେ ଟେଂଟ କରି ଥଇଥାନ କରିଥିଲା ସିଏମସି ।