ଉଠବସ ହେବା ଉପକାରୀ

ଉଠବସ ହେବା ଉପକାରୀ

ଉଠବସ ହେବା ଉପକାରୀ
ସ୍କୁଲ ସମୟରେ କିଛି ଭୁଲ୍ ହେଲେ ଦଣ୍ଡସ୍ୱରୂପ ଉଠବସ ହେବା ଅନେକଙ୍କ କ୍ଷେତ୍ରରେ ଘଟିଥାଏ । ସ୍କୁଲ ଜୀବନରେ ଏହା ଏକ ସାଧାରଣ ଦଣ୍ଡ । ତେବେ ଶ୍ରେଣୀରେ ସମସ୍ତଙ୍କ ଆଗରେ ଉଠବସ ହେବାକୁ ନିଶ୍ଚୟ ଲାଜ ଲାଗେ । ଏପରି ଦଣ୍ଡ କିନ୍ତୁ ଶରୀର ଓ ମସ୍ତିଷ୍କ ପାଇଁ ଉପକାରୀ ହୋଇଥାଏ । ନିକଟରେ କରାଯାଇଥିବା ଗବେଷଣାରେ ମଧ୍ୟ ଏହା ପ୍ରମାଣିତ ହୋଇଛି । କାନ ଧରି ଉଠବସ ହେବା କୌଣସି ଯୋଗାଭ୍ୟାସ ଠାରୁ କମ୍ ନୁହେଁ । ଉଠ ବସ ହେବା ସମୟରେ କାନର ତଳଭାଗକୁ ଧରିଥାନ୍ତି । ଏହି ସ୍ଥାନରେ କେତେକ ସ୍ୱତନ୍ତ୍ର ଆକ୍ୟୁପଏଂଟ ରହିଛି । କାନ ଧରିବା ଦ୍ୱାରା ସେସବୁ ବିନ୍ଦୁରେ ଚାପ ପଡିଲେ ମସ୍ତିଷ୍କର ବିଶେଷ ତନ୍ତ୍ରିକା ଅଧିକ ସକ୍ରିୟ ହୋଇଥାଆନ୍ତି ଏବଂ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବଢେ । ଉଠବସ ହେବା ସମୟରେ ସ୍ମୃତିଶକ୍ତି ପାଇଁ ଉପଯୋଗୀ କୋଷ ଗୁଡିକରେ ରକ୍ତ ପ୍ର୍ରବାହ ଦ୍ରୁତ ହୁଏ । ମସ୍ତିଷ୍କର ବାମ ଓ ଡାହାଣ ଭାଗର କାର୍ଯ୍ୟପ୍ରଣାଳୀରରେ ସାମଞ୍ଜସ୍ୟ ଆସେ । ମନ ଶାନ୍ତ ରହେ, ଏକାଗ୍ରତା ଏବଂ ସ୍ମରଣ ଶକ୍ତ ବଢେ । ବିଦେଶରେ ଏବେ ଏହା ସୁପର ବ୍ରେନ ଯୋଗ ନାମରେ ଲୋକପ୍ରିୟ । ଲୋକେ ମସ୍ତିଷ୍କକୁ ଶାନ୍ତ ରଖିବା ଲାଗି ଉଠବସ ହେଉଛନ୍ତି ।