୨୪ ବର୍ଷ ଜେଲ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଗଲେ ସୋନୁ ପଞ୍ଜାବନ : ଜାଣନ୍ତୁ କିଏ ଏହି ମହିଳା

୨୪ ବର୍ଷ ଜେଲ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଗଲେ ସୋନୁ ପଞ୍ଜାବନ : ଜାଣନ୍ତୁ କିଏ ଏହି ମହିଳା

୨୪ ବର୍ଷ ଜେଲ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଗଲେ ସୋନୁ ପଞ୍ଜାବନ : ଜାଣନ୍ତୁ କିଏ ଏହି ମହିଳା
ନୂଆଦିଲ୍ଲୀ : ୨୪ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସୋନୁ ପଞ୍ଜାବନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜୁଲାଇ ୧୬ ତାରିଖରେ ଦ୍ୱାରକାର ଏକ ତଳ କୋର୍ଟ ଗୀତା ଅରୋରା ଓରଫ ସୋନୁ ପଞ୍ଜାବନଙ୍କୁ ୨୪ ବର୍ଷର କାରାଦଣ୍ଡ ପ୍ରଦାନ କରିଥିଲେ । ଏହି ରାୟ ବିରୋଧରେ ସୋନୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମନୋଜ କୁମାର ଓହରିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୯ ତାରିଖ ଧାର୍ଯ୍ୟ କରିଛନ୍ତି । ତେବେ ଏହି ମହିଳା ଜଣକ କିଏ ଏବଂ ତାଙ୍କୁ କାହିଁକି ୨୪ ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି ଆସନ୍ତୁ ଜାଣିବା । ଏକ ୧୨ ବର୍ଷୀୟ ଝିଅକୁୁ କିଣି ଦେହ ବେପାରରେ ଲଗାଉଥିଲେ ସୋନୁ । ୨୦୦୯ ମସିହାରେ ପଞ୍ଜାବନ ନାବାଳିକା ଜଣଙ୍କୁ କିଣିବା ସହିତ ତାଙ୍କୁ ବିଭିନ୍ନ ପ୍ରକାର ଡ୍ରଗ୍ସ ଖାଇବାକୁ ଦେଇ ଦେହବେପାରରେ ବ୍ୟବହାର କରୁଥିଲେ । ସେହିପରି ନାବାଳିକା ଜଣକ ଦେହ ବ୍ୟବସାୟ ପାଇଁ ଅରାଜି ହେବାରୁ ସୋନୁ ତାଙ୍କ ଉପରେ ଅକଥନୀୟ ଶାରୀରିକ ଅତ୍ୟାଚାର କରିଥିଲେ । ଯୁବତୀ ଜଣକ ସନ୍ଦୀପ ବୋଡୱାଲ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିବା ବେଳେ ସେ ତାଙ୍କୁ ସୋନୁଙ୍କୁ ବିକ୍ରି କରି ଦେଇଥିଲେ । ସୋନୁ ଉକ୍ତ ନାବାଳିକାକୁ ପ୍ରକ୍ସିଭନ୍ ଏବଂ ଆଲପ୍ରେକ୍ସ ପରି ନିଷିଦ୍ଧ ଡ୍ରଗ୍ସ ଦେଉଥିବା ବେଳେ ଇଞ୍ଜେକ୍ସନ ଜରିଆରେ ମଧ୍ୟ ଡ୍ରଗ୍ସ ଦେଇଥାଏ । ଜଣେ ମହିଳା ହେବା ପାଇଁ ସୋନୁ ଅଯୋଗ୍ୟ ବୋଲି କୋର୍ଟ ମତବ୍ୟକ୍ତ କରିବା ସହିତ ସୋନୁଙ୍କୁ ୨୪ ବର୍ଷର କାରାଦଣ୍ଡ ପ୍ରଦାନ କରିଥିଲେ । ଏହା ସହିତ ସନ୍ଦୀପ ବୋଡୱାଲକୁ ମଧ୍ୟ କୋର୍ଟ ୨୦ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି ।