ପିତା ହେବେ ଭାରତୀୟ ଅଧିନାୟକ କୋହଲି

ପିତା ହେବେ ଭାରତୀୟ ଅଧିନାୟକ କୋହଲି

ପିତା ହେବେ ଭାରତୀୟ ଅଧିନାୟକ କୋହଲି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସିଖବର । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପିତା ମାତା ହେବାକୁ ଯାଉଛନ୍ତି । ନିଜେ କୋହଲି ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଜାନୁୟାରୀ ୨୦୨୧ରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି । ଏହା ସହିତ ବିଭିନ୍ନ ଭାରତୀୟ ଖେଳାଳି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ କୋହଲି ଏବଂ ଅନୁଷ୍କା ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲର ୧୩ ତମ ସଂସ୍କରଣ ନିମନ୍ତେ ଆରସିବି ସହିତ କୋହଲି ୟୁଏଇରେ ରହିଛନ୍ତି ।