ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା : କରୋନା ସଂକ୍ରମିତ ଯୁବକଙ୍କ ପରିବାରକୁ ଗାଈ ଓ ବଳଦ ସହ କଲେ ହୋମ୍‌ କ୍ବାରେଣ୍ଟାଇନ୍‌

ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା : କରୋନା ସଂକ୍ରମିତ ଯୁବକଙ୍କ ପରିବାରକୁ ଗାଈ ଓ ବଳଦ ସହ କଲେ ହୋମ୍‌ କ୍ବାରେଣ୍ଟାଇନ୍‌

ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା : କରୋନା ସଂକ୍ରମିତ ଯୁବକଙ୍କ ପରିବାରକୁ ଗାଈ ଓ ବଳଦ ସହ କଲେ  ହୋମ୍‌ କ୍ବାରେଣ୍ଟାଇନ୍‌
କରୋନା ସଂକ୍ରମଣରୁ ମୁକ୍ତ ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି ସାମାଜିକ ଦୂରତ ଏବେ ସାମାଜିକ ବାସନ୍ଦରେ ପରିଣତ ହେବାକୁ ଲାଗିଲାଣି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରୁ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଓବୁଦୁଲାଗଞ୍ଜ ବ୍ଲକରେ କରୋନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚରମ ବିଫଳତା ସାମ୍ନାକୁ ଆସିଛି । ଏଠାରେ ଖସରୋଦ ଗ୍ରାମରେ ଜଣେ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କୁ ଏକ ଟାପରିଆରେ ଅଗଷ୍ଟ ୧୭ ତାରିଖରେ ଗାଈ ଓ ବଳଦ ସହିତ ହୋମ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଏହା ସହିତ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କ ସହିତ ଗ୍ରାମବାସୀମାନେ ସଉତୁଣୀ ପୂର୍ଣ୍ଣ ବ୍ୟବହାର କରୁଛନ୍ତି । ତାଙ୍କୁ ଏକପ୍ରକାର ବାସନ୍ଦ କରିଥିବାର ସୂଚନା ରହିଛି । ଏପରିକି କ୍ବାରେଣ୍ଟିନ୍‌ରେ ଥିବା ପରିଜନଙ୍କୁ ରାସନ ନା ପାଣି ମିଳୁନଥିବାବେଳେ ସେମାନେ ବାଧ୍ୟ ହୋଇ ବର୍ଷା ପାଣି ପିଉଥିବାର ସୂଚନା ରହିଛି । ସଂକ୍ରମିତ ଯୁବକଙ୍କ ପିତାଙ୍କ କହିବାନୁସାରେ ତାଙ୍କୁ କ୍ବାରେଣ୍ଟାଇନ୍‌ କରାଯିବା ସମୟରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ତାଙ୍କ ସମ୍ପର୍କରେ କିଛି ପଚରାଉଚୁରା କରିନେଇନାହାନ୍ତି । ସେମାନେ ନିଜେ ତହସିଲଦାର ଓ ସ୍ବାସ୍ଥ୍ୟବିଭାଗକୁ ତାଙ୍କ ପୁଅ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ଦେଇଥିଲେ । ଏହି ଖବର ମିଳିବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟ ବିଭାଗ ଏକ ଗାଡି ପଠାଇ ତାଙ୍କ ପୁଅକୁ ଭୋପାଳ କୋଭିଡ୍‌ ସେଣ୍ଟର ନେଇଥିଲେ । କିନ୍ତୁ ତାଙ୍କ ପରିବାର ସମ୍ପର୍କରେ କୌଣସି ପ୍ରକାରର ଦୃଷ୍ଟି ଦେଇନାହାନ୍ତି ସ୍ବାସ୍ଥ୍ୟବିଭାଗ । ସଂକ୍ରମିତ ଯୁବକଙ୍କ ମାତା ଜଣେ ଅଙ୍ଗନଓ୍ବାଡି ସହାୟିକା ରୂପେ କାର୍ୟ୍ୟ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ଏପରି ଉଦାସୀନତାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।