ଆଜିଠାରୁ ହେବ ମଦର ହୋମ ଡେଲିଭରୀ ।

ଆଜିଠାରୁ ହେବ ମଦର ହୋମ ଡେଲିଭରୀ ।

ଆଜିଠାରୁ ହେବ ମଦର ହୋମ ଡେଲିଭରୀ ।
ଭାରତରେ କରୋନାତାଣ୍ଡବ କରୁଥିବାବେଳେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ୨୫ ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଲକ୍ ଡାଉନ୍ ୪.୦ରେ କଟକଣା କୋହଳ ହେବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୋକାନକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ମଦର ହୋମ୍ ଡେଲିଭରୀ କରିବାକୁ ନି୍ଷ୍ପତ୍ତି ନେଇଛି ବିଏମ୍ସି। ବିଏମ୍ସିର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ମୁମ୍ବାଇରେ ମଦର ହୋମ୍ ଡେଲିଭରୀ ଆରମ୍ଭ ହେବ । ଲୋକମାନେ ଘରେ ବସି ମଦର ଅର୍ଡର ଦେଇପାରିବେ। କିନ୍ତୁ କଣ୍ଟେନମେଣ୍ଟ ଜୋନ୍ରେ କୌଣସି ପ୍ରକାରର ସେବା ମିଳିପାରିବ ନାହିଁ । ଯେଉଁ ଦୋକାନୀମାନେ ଅନୁମତି ପାଇଛନ୍ତି, ସେମାନେ ହିଁ ଏହାର ହୋମ୍ ଡେଲିଭରୀ କରିବେ। ଏହି ଦୋକାନଗୁଡିକ କାଉଣ୍ଟରରେ କୌଣସି ପ୍ରକାରର ମଦ ବିକ୍ରି ହୋଇପାରିବ ନାହିଁ। ଦୋକାନୀମାନେ ଇ-କମର୍ସ ପ୍ଲାଟଫର୍ମ ଦ୍ବାରା ମଦର ହୋମ୍ ଡେଲିଭରୀ କରିପାରିବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ଗତ ୨୪ ଘଣ୍ଟାରେ ୨୯୪୦ଟି ନୂତନ ମାମଲା ଆସିଛି । ସେହିପରି ୬୩ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୪୪୫୮୨ଜଣ ଆକ୍ରାନ୍ତ ଥିବାବେଳେ ମୋଟ୍ ୧,୫୧୭ଜଣଙ୍କର ମୃତ୍ୟୁ ହୋଇଛି ।