ପାକିସ୍ତାନକୁ ଆଉ ଏକ ଝଟ୍‌କା ।

ପାକିସ୍ତାନକୁ ଆଉ ଏକ ଝଟ୍‌କା ।

ପାକିସ୍ତାନକୁ ଆଉ ଏକ ଝଟ୍‌କା ।
ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଯେତେ ଅପମାନ ହେଲେ ବି ସେ ତାର କୁତ୍ସିତ କାର୍ଯ୍ୟ ଛାଡିବାକୁ ନାରାଜ । କଥାରେ ଅଛି ଯେତେ ମାଠିବୁ ମାଠେ ସେଇ ଦରପୋଡା କାଠେ । ଅର୍ଥାତ୍ ପାକିସ୍ତାନ ଯେତେ ଅପମାନ ଓ ପ୍ରତିଉତର ପାଇଲେ ମଧ୍ୟ ସେ ତାର କୁତ୍ସିତ କାର୍ଯ୍ୟ ଉପରେ ରୋକ ନଲଗେଇ ସେହିଭଳି କାର୍ଯ୍ୟ କରିଚାଲିଛି । ସେହିପରି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପୁଣି ଥରେ ଅପମାନିତ ହୋଇଛି। ମିଳିତ ଜାତିସଂଘରେ ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି)ର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପାକିସ୍ତାନ ରାଷ୍ଟ୍ରଦୂତ ମୁନିର୍ ଆକ୍ରାମ ପ୍ରସ୍ତାବ ଦେଇଛନ୍ତି ଯେ, ଇସଲାମୋଫୋବିଆର ଏଜେଣ୍ଡାକୁ ଭାରତ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି। ଭାରତରେ ଇସଲାମୋଫୋବିୟା ବ୍ୟାପିଛି ବୋଲି ପାକିସ୍ତାନ ଅଭିଯୋଗ ଆଣିଥିଲା । କିନ୍ତୁ ପାକିସ୍ତାନର ଅଭିଯୋଗକୁ ଏଥର ଭାରତ ନୁହେଁ , ଭାରତର ପଡୋଶୀ ରାଷ୍ଟ୍ର ମାଲଦ୍ୱୀପ ଜବାବ ଦେଇଛି । ଜାତିସଂଘର ମାଲଦ୍ୱୀପ ସ୍ଥାୟୀ ପ୍ରତିନିଧୀ ଥିଲମିଜା ହୁସେନ୍ କହିଛନ୍ତି ଯେ, ସୋସିଆଲ ମିଡିଆରେ ବ୍ୟାପିଥିବା କିଛି ଲୋକଙ୍କ କଥା ଭାରତର ୧୩୦ କୋଟି ଲୋକଙ୍କ ମତ ହୋଇପାରିବ ନାହିଁ। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଅନେକ ଧର୍ମର ଲୋକଙ୍କ ବ୍ୟତୀତ ସେଠାରେ ୨୦କୋଟି ମୁସଲମାନ ମଧ୍ୟ ବାସ କରନ୍ତି। ଏପରି ପରିସ୍ଥିତିରେ, ଇସଲାମୋଫୋବିୟା ବିଷୟରେ କହିବା ଅଦରକାରୀ, କାରଣ ଏଥିରେ କୌଣସି ତଥ୍ୟ ନାହିଁ ଏବଂ ଇସଲାମୋଫୋବିୟା ସମ୍ବନ୍ଧରେ ଦକ୍ଷିଣ ଏସିଆର କୌଣସି ଦେଶକୁ ଓଆଇସି ଟାର୍ଗେଟ କରିବା ଉଚିତ ନୁହେଁ।