ସୁନା ଦର ବୃଦ୍ଧି : ଦାମ୍ ୩୮ ହଜାର ଟଙ୍କା!

ସୁନା ଦର ବୃଦ୍ଧି : ଦାମ୍ ୩୮ ହଜାର ଟଙ୍କା!

ସୁନା ଦର ବୃଦ୍ଧି : ଦାମ୍ ୩୮ ହଜାର ଟଙ୍କା!
ନୂଆଦିଲ୍ଲୀ : ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ସୁନାରେ ୧୦ ଗ୍ରାମ ପିଛା ଦର ୧୧୧୪ ଟଙ୍କା ବୃଦ୍ଧି ପାଇ ୩୭,୯୨୦ ଟଙ୍କାରେ ପହଞ୍ଚି ଯାଇଥିଲା । ଖୁବ୍ ଶୀଘ୍ର ଦର ୩୮ ହଜାର ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି । ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଲଢ଼େଇ ଯୋଗୁଁ ସୁନାର ଚାହିଦା ବଢ଼ିଯାଇଛି । କାରଣ ସୁନାରେ ନିବେଶକ କଲେ ତାହା ସୁରକ୍ଷିତ ରହିଥାଏ ବୋଲି ନିବେଶକାରୀମାନଙ୍କର ଏକ ବିଶ୍ୱାସ ରହିଛି । ସେଥିପାଇଁ ସେମାନେ ଷ୍ଟକ ବଜାରରେ ପାଣ୍ଠି ଲଗାଇବା ବଦଳରେ ଅଧିକ ପରିମାଣର ସୁନା କିଣିବାରେ ସେହି ଅର୍ଥ ରାଶିକୁ ଖର୍ଚ୍ଚ କରୁଛନ୍ତି । ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ଏହି ସବୁ କାରଣ ଯୋଗୁଁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ସର୍ବଭାରତୀୟ ସରାଫ ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶ ଭିତରେ ସୁନା ଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । କିଛି ଦିନ ଭିତରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ହୋଇଛି । ଗତ ସୋମବାର ସୁନା ଦାମ ୩୬,୯୭୦ ଟଙ୍କା ଥିଲା । ରୂପା ଦରରେ ମଧ୍ୟ ଆଜି ୬୫୦ ଟଙ୍କା ବୃଦ୍ଧି ହୋଇଛି । ଏକ କେଜି ରୂପାର ଦାମ୍ ୪୩, ୬୭୦ ଟଙ୍କା ହୋଇଯାଇଛି ।