ଓଆଇସି ସମ୍ମିଳନୀ: ଯୋଗଦେଲାନି ପାକିସ୍ତାନ

ଓଆଇସି ସମ୍ମିଳନୀ: ଯୋଗଦେଲାନି ପାକିସ୍ତାନ

ଓଆଇସି ସମ୍ମିଳନୀ: ଯୋଗଦେଲାନି ପାକିସ୍ତାନ
ନୂଆଦିଲ୍ଲୀ: କୂଟନୈତିକସ୍ତରରେ ପାକିସ୍ତାନକୁ ଆଉ ଏକ ଝଟକା । ଆବୁଧାବିରେ ଇସ୍ଲାମିକ ସହଯୋଗ ସଂଗଠନ(ଓଆଇସି) ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେଲାନି ପାକିସ୍ତାନ । ଉକ୍ତ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସମ୍ମାନିତ ଅତିଥିଭାବେ ନିମନ୍ତ୍ରଣ କରାଯାଇଥିଲା । ସୁଷମାଙ୍କୁ ନିମନ୍ତ୍ରଣ ଥିବାରୁ ପାକିସ୍ତାନ ଉକ୍ତ ସମ୍ମିଳନୀକୁ ଯାଇନଥିବା ଜଣାଯାଇଛି । ଏହା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସୀ କହିଥିଲେ ଯେ, ସେ ଓଆଇସି ସମ୍ମିଳନୀରେ ଯୋଗଦେଇ ପାରିବେ ନାହିଁ । କାରଣ ହେଉଛି ଉକ୍ତ ସମ୍ମିଳନୀରେ ସୁଷମା ସ୍ୱରାଜ ଯୋଗଦେଉଛନ୍ତି । ପ୍ରକାଶ ଯେ, ସୁଷମା ୫୭ ସଂସଦୀୟ ସଂଗଠନର ବିଦେଶ ମନ୍ତ୍ରୀଙ୍କ ପରିଷଦକୁ ଦୁଇ ଦିନିଆ ୪୬ତମ ଅଧିବେଶନକୁ ସମ୍ବୋଧିତ କରିବେ । ଏହି ଗସ୍ତ କାଳରେ ସୁଷମା ଓଆଇସି ସଦସ୍ୟ ଥିବା ଦେଶମାନଙ୍କୁ ଐତିହାସିକ ସମ୍ପର୍କ ବାବଦରେ କହିବେ । ଅନ୍ୟପକ୍ଷରେ ଓଆଇସିର ମହାସଚିବ ୟୁସେଫ ବିନ ଅହମ୍ମଦ ଉଲ ଓଥାଇମେନଙ୍କୁ ପାକିସ୍ତାନ ଚିଠି ଲେଖି ସମ୍ମିଳନୀରେ ଯୋଗ ଦେଉନାହିଁ ବୋଲି କହିଥିଲେ । ସେହିପରି ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସୀ ଲେଖିଥିଲେ ଯେ, ବର୍ତ୍ତମାନ ସ୍ଥିତିରେ ଓଆଇସିରେ ସାମିଲ ହେବା ସହଜ ନୁହେଁ ।