ଅଗଷ୍ଟରେ ସର୍ବାଧିକ କମିଲା ଗାଡ଼ି ବିକ୍ରି

ଅଗଷ୍ଟରେ ସର୍ବାଧିକ କମିଲା ଗାଡ଼ି ବିକ୍ରି

ଅଗଷ୍ଟରେ ସର୍ବାଧିକ କମିଲା ଗାଡ଼ି ବିକ୍ରି
ନୂଆଦିଲ୍ଲୀ: ଏବେ ଦେଶବ୍ୟାପି ଚାଲିଛି ମାନ୍ଦା ଅବସ୍ଥା । ଯାହାର ପ୍ରଭାବ ବିଭିନ୍ନ କ୍ଷେତ୍ର ଉପରେ ପଡ଼ିଛି । ତେବେ ଗାଡ଼ି ବିକ୍ରି ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥିବା ଜଣାଯାଇଛି । କାରଣ ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକି୍ର କମିଛି । ଅଟୋମୋବାଇଲ ବିକ୍ରିରେ ରେକର୍ଡ ହ୍ରାସ ହୋଇଛି । ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି କମୁଥିବା ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସ ( ଏସଆଇ ଏମଏମ) ପକ୍ଷରୁ ପ୍ରକାଶ । କ୍ରମାଗତ ୧୦ ମାସ ହେଲା ବିକ୍ରି କମୁଥିବା ଏସଆଇଏମଏମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁଇ ଦଶନ୍ଧି ଭିତରେ ଅଗଷ୍ଟରେ ସବୁ ଠାରୁ କମ କାର ବିକ୍ରି ହୋଇଛି । ଅଗଷ୍ଟରେ ବିକ୍ରି ୪୧.୦୯ ପ୍ରତିଶତ କମିଥିବା କୁହାଯାଇଛି । ୧୯୯୭-୯୮ ପରେ ବିକ୍ରି ସର୍ବାଧିକ କମିଥିବା ଏସଆଇଏମଏମ ସ୍ପଷ୍ଟ କରିଛି । ମାନ୍ଦା ଅବସ୍ଥା ପ୍ରଭାବରେ ପାସେଞ୍ଜର କାର ବିକ୍ରି କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି । ଯାତ୍ରୀବାହୀ ଗାଡ଼ି ବିକ୍ରିରେ ୩୧.୫୭% ଓ କେବଳ କାର ବିକ୍ରିରେ ୪୧% ହ୍ରାସ ପାଇଛି । ଅନ୍ୟପକ୍ଷରେ ଟ୍ରକ ଓ ବସ ବିକ୍ରିରେ ୩୯% ହ୍ରାସ ପାଇଥିବାବେଳେ ବାଇକ ବିକ୍ରି ୨୨କ୍ଷ ହ୍ରାସ ପାଇଛି ।